ଗଞ୍ଜେଇ ଚାଷୀଙ୍କ ଘରୁ ୫୫ କିଗ୍ରା ଗଞ୍ଜେଇ ଜବତ : ଜଣେ ଗିରଫ
କନ୍ଧମାଳ,୧୨ ଅପ୍ରେଲ – ଆଜି ସକାଳ ପ୍ରାୟ ୮ଟା ସମୟରେ ଗୋଛାପଡା ଥାନା ଅନ୍ତର୍ଗତ ନେଡିସୁଗା ଗ୍ରାମର ଜଣେ ଗଞ୍ଜେଇ ଚାଷୀଙ୍କ ଘରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୫୫ କିଗ୍ରା ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଅବକାରୀ ଇନିସ୍ପେକ୍ଟର ପ୍ରବୀନ କୁମାର ପ୍ରଧାନ କହିଛନ୍ତି ।
ସୂଚନା ଅନୁସାରେ, ଆଜି ସକାଳେ ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ନେଡିସୁଗା ଗ୍ରାମର ସରୋଜ କୁମାର କହଁର ତା’ର ଘରେ ୫୫ କିଗ୍ରା ଗଞ୍ଜେଇ ଚାଲାଣପାଇଁ ରଖିଥିବା ସମ୍ପର୍କରେ ବିଭାଗୀୟ ଅଧିକାରୀ ଖବର ପାଇଥିଲେ । ସୂଚନା ପାଇବା ପରେ ଜିଲ୍ଲା ଅବକାରୀ ଅଧିକ୍ଷକ ବିମ୍ବାଧର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଇନିସ୍ପେକ୍ଟର ପ୍ରବୀଣ କୁମାର ପ୍ରଧାନଙ୍କ ନେତୃତ୍ୱରେ ସବଇନିସ୍ପେକ୍ଟର ବି. ମନୋଜ କୁମାର ସଦଳବଳେ ନେଡିସୁଗାରେ ଥିବା ସରୋଜଙ୍କ ଘରେ ଚଢ଼ଉ କରିଥିଲେ । ସେଠାରେ ତାଙ୍କ ଘର ଖାନତଲାସି ପରେ ୩ଟି ବସ୍ତାରେ ଥିବା ୫୫ କିଗ୍ରା ଗଞ୍ଜେଇ ଜବତ କରାଯାଇଥିଲା । ଗଞ୍ଜେଇ ଗଚ୍ଛିତ ରଖିଥିବା ଅପରାଧରେ ସରୋଜ କୁମାର କହଁର(୨୪)କୁ ଗିରଫ କରି ତା ବିରୋଧରେ ଏକ ମାମଲା ୨/୧୯ ରୁଜ୍ଜୁ କରି ତାକୁ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଇନିସ୍ପେକ୍ଟର ଶ୍ରୀ ପ୍ରଧାନ ।
ଓଡିଶା
ଗଞ୍ଜେଇ ଚାଷୀଙ୍କ ଘରୁ ୫୫ କିଗ୍ରା ଗଞ୍ଜେଇ ଜବତ : ଜଣେ ଗିରଫ
More in ଓଡିଶା
-
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨 ଭୁବନେଶ୍ୱର :- 22-12- ସ୍ଥାନୀୟ ବଡ଼ଗଡ଼ ଅଂଚଳରୁ ଦୁଇ...
-
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ ଭୁବନେଶ୍ୱର, ୧୬ ଫେବୃୟାରୀ – ବହୁଚର୍ଚ୍ଚିତ କଳ୍ପନା...
-
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ ଭୁବନେଶ୍ୱର, ୧୬ ଫେବୃୟାରୀ – ଯୁବତୀଙ୍କୁ କମେଂଟ...
-
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ ଭୁବନେଶ୍ୱର, ୧୦ ଫେବୃଆରୀ – ବ୍ରହ୍ମପୁରରେ ଗତକାଲି ବସ୍ ରେ...