Connect with us

ଓଡିଶା

ଏୟାର ଫୋର୍ସ ଜବାନଙ୍କୁ ମିଥ୍ୟା ମାମଲାରେ କୋର୍ଟ ଚାଲାଣ

ସାଙ୍କେତିକ

ଏୟାର ଫୋର୍ସ ଜବାନଙ୍କୁ ମିଥ୍ୟା ମାମଲାରେ କୋର୍ଟ ଚାଲାଣ
କେନ୍ଦ୍ରାପଡ଼ା, ୦୧ ମାର୍ଚ୍ଚ- ନିକିରାଇ ଥାନା ପୋଲିସ ଏକ ମିଥ୍ୟା ମାମଲାରେ ଭାରତୀୟ ବାୟୁସେନାର ଜଣେ ଯବାନଙ୍କୁ ଗିରଫ କରି ଥାନାରେ ର୍ଦୁବ୍ୟବହାର କରିବା ସହ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ନିକିରାଇ ଥାନା ଅନ୍ତର୍ଗତ ବିଲମୁଗବାଡି ଗ୍ରାମର ଶିକ୍ଷକ ପ୍ରଦୀପ କୁମାର ମହାପାତ୍ରଙ୍କ ପୁଅ ସୁଶାନ୍ତ କୁମାର ମହାପାତ୍ର ଭାରତୀୟ ବାୟୁସେନାରେ ଯବାନ ଭାବେ ଜାମ୍ମୁରେ କାର୍ଯ୍ୟରତ ଅଛନ୍ତି । ସୁଶାନ୍ତ କିଛିଦିନ ହେବ ଏକମାସ ଛୁଟିରେ ଘରକୁ ଆସିଥିଲେ । କିନ୍ତୁ ଭାରତ ଓ ପାକିସ୍ଥାନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିକୁ ନେଇ ବାୟୁସେନା ବିଭାଗ ସୁଶାନ୍ତଙ୍କ ଛୁଟିକୁ ବାତିଲ କରିଦେବା ସହ ତାଙ୍କୁ ତୁରନ୍ତ କାର୍ଯ୍ୟକ୍ଷେତ୍ରରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲା । ତେଣୁ ସେ କାର୍ଯ୍ୟକ୍ଷେତ୍ରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଗତ ମଙ୍ଗଳବାର ରାତିରେ ହଠାତ ନିକିରାଇ ପୋଲିସ ସବଇନିସପେକ୍ଟର ଶ୍ରୀଧର ମାହାଳିକ ତାଙ୍କୁ ଘରୁ ଯୋରଜବରଦସ୍ତ ଉଠାଇ ଆଣି ସେଦିନ ରାତିରେ ଥାନାରେ ଅଟକ ରଖିଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ ଜମିବାଡିକୁ ନେଇ ସୁଶାନ୍ତଙ୍କ ପରିବାର ସହିତ ଜଣେ ପଡୋଶୀଙ୍କର ପୂର୍ବରୁ ମନୋମାଳିନ୍ୟ ରହିଥିଲା । କିନ୍ତୁ ଏହି ଘଟଣାରେ ସୁଶାନ୍ତଙ୍କର କିଛି ସମ୍ପୃକ୍ତି ନଥିଲା ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡିଛି । ଏହାଛଡା ସୁଶାନ୍ତ ଜଣେ ଭାରତୀୟ ବାୟୁ ସେନାର ଯବାନ ବୋଲି ନିଜର ପରିଚୟପତ୍ର ଦେଖାଇବା ସହ ତାଙ୍କୁ ତୁରନ୍ତ ଜାମ୍ମୁସ୍ଥିତ କାର୍ଯ୍ୟକ୍ଷେତ୍ରରେ ଯୋଗଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଥିବା ସମ୍ପର୍କରେ ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ଦାୟିତ୍ୱରେ ଥିବା ସବଇନିସପେକ୍ଟର ଶ୍ରୀ ମାହାଲିକଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କର କୈାଣସି କଥା ନଶୁଣି ତାଙ୍କୁ ଥାନାରେ ର୍ଦୁବ୍ୟବହାର କରାଯିବା ଓ ମାନସିକ ନିର୍ଯ୍ୟାତନା ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ପରଦିନ ଅର୍ଥାତ ବୁଧବାର ନିକିରାଇ ଥାନା ପୋଲିସ ଏକ ମିଥ୍ୟା ଏତଲା ସୁଶାନ୍ତଙ୍କ ବିରୋଧରେ ଲେଖାଇନେଇ ସେହି ମାମଲାରେ ଭାରତୀୟ ପିଙ୍ଗଳକୋର୍ଡର ବିଭିନ୍ନ ସଂଗୀନ ଦଫା ଲଗାଇ ତାଙ୍କୁ କୋର୍ଟ ଚାଲାଣ କରିଦେଇଥିଲା ।

ସୁଶାନ୍ତ ଏହାର ପ୍ରତିବାଦ କରିବାରୁ ତାଙ୍କଠାରୁ ବାୟୁସେନାର ପରିଚୟପତ୍ର ପୋଲିସ ଛଡାଇ ନେବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ସୁଶାନ୍ତଙ୍କୁ ଉପସ୍ଥାପନ କରାଯାଇଥିବା କୋର୍ଟର ଜଜ ଘଟଣା ସମ୍ପର୍କରେ ଜାଣିବା ପରେ ତାଙ୍କୁ ଶୁକ୍ରବାର ଜାମିନ ମଞ୍ଜୁର କରିବାରୁ ସୁଶାନ୍ତ ଆଜି ଜାମ୍ମୁ କାର୍ଯ୍ୟକ୍ଷେତ୍ରକୁ ଯାତ୍ରା କରିଛନ୍ତି । କିନ୍ତୁ ନିକିରାଇ ଥାନା ପୋଲିସର ଏଭଳି ବର୍ବୋରଚିତ କାର୍ଯ୍ୟକୁ ଅବସରପ୍ରାପ୍ତ ଜିଲ୍ଲା ସୈନିକ ସଙ୍ଘ ଦୃଢ ନିନ୍ଦା କରିଥିବା ଜଣାପଡିଛି । ଏତଦବ୍ୟତିତ ସୁଶାନ୍ତଙ୍କ ପିତା ଆଜି ଘଟଣା ସମ୍ପର୍କରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଜଣାଇ ତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ନିବେଦନ କରିଥିବା ସୂଚନା ମିଳିଛି । ଦେଶର ସେବା କରୁଥିବା ଯବାନଙ୍କ ପ୍ରତି ପୋଲିସର ଏଭଳି ବର୍ବରତାକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି । ଏସପି ନୀତି ଶେଖର ଏହି ଘଟଣାର ତଦନ୍ତ କରାଯିବ ବୋଲି ସୁଶାନ୍ତଙ୍କ ପିତାଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା