Connect with us

ଓଡିଶା

ରାଜ୍ୟରେ ବଢିଛି ମଦ ଉଠାଣ

ସାଙ୍କେତିକ

ରାଜ୍ୟରେ ବଢିଛି ମଦ ଉଠାଣ
ଭୁବନେଶ୍ୱର, ୧୮ ନଭେମ୍ବର – ରାଜ୍ୟରେ ବୃଦ୍ଧି ପାଉଛି ମଦ ଉଠାଣ ପରିମାଣ । ଅବକାରୀ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ତଥ୍ୟ ଅନୁସାରେ ୨୦୧୩-୧୪, ୨୦୧୪-୧୫, ୨୦୧୫-୧୬, ୨୦୧୬-୧୭, ୨୦୧୭-୧୮ ଓ ୨୦୧୮-୧୯ ଏହି ୬ ବର୍ଷ ମଧ୍ୟରେ ରାଜ୍ୟର ୧୦୫୩୦ ଲାଇସେନସ ପ୍ରାପ୍ତ ମଦ ବିକ୍ରେତା ଭାରତ ତିଆରି ବିଦେଶୀ ମଦ ଉଠାଇଛନ୍ତି ୨୪୬୩୩୫୬୨୨.୦୯୭ ଲିଟର ।
ଏହିପରି ବିଅର ଉଠାଇବା ପରିମାଣ ହେଉଛି ୩୫୯୯୩୫୯୦୩.୪୪୩ ଲିଟର ଏବଂ ଦେଶୀ ମଦ ଉଠାଣର ପରିମାଣ ହେଉଛି ୬୧୨୬୬୯୪୦.୩୦୨ ଲିଟର । ମଦ ବିକ୍ରୟ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିପାରିନଥିବା ଯୋଗୁଁ କେତେକ ରିଟେଲରଙ୍କ ଉପରେ ମଧ୍ୟ ନୋଟିସ୍ ପଠାଇଯାଇଛି ।
ବିରୋଧି ଦଳ ମୁଖ୍ୟ ସଚେତକ ତଥା ବିଧାୟକ ମୋହନ ଚରଣ ମାଝୀଙ୍କ ମଦ ବିକ୍ରି ପାଇଁ ଏମ୍.ଜି.କ୍ୟୁ ଧାର୍ଯ୍ୟ ସଂପର୍କୀତ ପ୍ରଶ୍ନର ଉତରରେ ଅବକାରୀ ମନ୍ତ୍ରୀ ଶ୍ରୀ ପୂଜାରୀ ଏହି ତଥ୍ୟ ଦେଇଛନ୍ତି । ଏହି ତଥ୍ୟ ସୂଚାଇ ଦେଉଛି ରାଜ୍ୟରେ ବଢି ଚାଲିଛି ମଦ ବିକ୍ରିର ପରିମାଣ । ଗୋଟିଏ ପଟେ ରାଜ୍ୟ ସରକାର ଗାନ୍ଧିଜୀଙ୍କ ଅହିଂସା ନୀତିକୁ ପାଳନ କରିବା ନେଇ ଗୁରୁତ୍ୱାରୋପ କରୁଥିବା ବେଳେ ବଢୁଥିବା ମଦ ବିକ୍ରି ଏହି ଗାନ୍ଧିଜୀଙ୍କ ବିଚାରର ପରିପନ୍ଥୀ ବୋଲି ଶ୍ରୀ ମାଝୀ ମତ ପ୍ରକାଶ କରିବା ସହ ମଦ ବିକ୍ରୟକୁ ନିଷିଦ୍ଧ କରିବା ପାଇଁ ଦାବୀ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା