Connect with us

ମହାନଗର

ପାତ୍ରପଡାରେ ସିରିଜ୍ ବୋମାମାଡ

ସାଙ୍କେତିକ

ପାତ୍ରପଡାରେ ସିରିଜ୍ ବୋମାମାଡ
ଭୁବନେଶ୍ୱର,୧୧ା୧ : ଗତକାଲି ମଧ୍ୟ ରାତ୍ରିିରେ ଭୁବନେଶ୍ୱର ଉପକଣ୍ଠସ୍ଥ ପାତ୍ରପଡାର ଅଜୟ ରାଉତଙ୍କ ବାସଭବନ ଉପରେ ସିରିଜ୍ ବୋମାମାଡ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି ହୋଇଛି । ଖବର ପାଇ ଖଣ୍ଡଗିରି ପୋଲିସ୍ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ ଜାରୀ ରଖିଛି । ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରୁ ୪ ଜଣ ଯୁବକ ଆସି ବୋମାମାଡ କରିଥିବା ଜଣାପଡିଛି । ୨ ଜଣ ଚାଲିଚାଲି ଆସିଥିବା ବେଳେ ଅନ୍ୟ ୨ ଜଣ ବାଇକ୍ ରେ ଆସିଥିଲେ । ସେମାନେ ସ୍ଥାନୀୟ ଯୁବକ ହୋଇଥାଇପାରନ୍ତି ବୋଲି ପୋଲିସ୍ ଅନୁମାନ କରୁଛି । ଘଟଣାସ୍ଥଳରୁ ପୋଲିସ୍ ଏକ ଅଫୁଟା ବୋମା ମଧ୍ୟ ଜବତ କରିଛି । ବୋମାମାଡର କାରଣ ସ୍ପଷ୍ଟ ହୋଇନଥିଲେ ହେଁ ଜମି କିଣାବିକାରୁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ମହାନଗର