Connect with us

ମହାନଗର

ଦିପାବଳୀରେ ଜଘନ୍ୟ ହତ୍ୟାକାଣ୍ଡ : ରାଜଧାନୀରେ ଯୁବକଙ୍କୁ ପିଟିପିଟି ହତ୍ୟା

Sanketik

ଦିପାବଳୀରେ ଜଘନ୍ୟ ହତ୍ୟାକାଣ୍ଡ : ରାଜଧାନୀରେ ଯୁବକଙ୍କୁ ପିଟିପିଟି ହତ୍ୟା , ପୂର୍ବତନ କର୍ପୋରେଟର ଅଟକ
ଭୁବନେଶ୍ୱର, ୨୮ ଅକ୍ଟୋବର- ଦିପାବଳୀ ଦିନ ବିଳମ୍ବିତ ରାତିରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନାର ପଛ ରାସ୍ତାରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଉଛନ୍ତି ସୁନ୍ଦରପଦାର ଅମରେଶ ନାୟକ । ପୋଲିସ ଶବ ଜବତ କରିବା ସହ ଘଟଣାର ଛାନଭିନ୍ ଆରମ୍ଭ କରିଛି । ଅପରପକ୍ଷରେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୂର୍ବତନ କର୍ପୋରେଟର ମଂଟୁ ଓରଫ ଦେବୀ ନନ୍ଦକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ପୋଲିସ ଘଟଣାସ୍ଥଳ ଓ ଆଖପାଖ ଅଂଚଳରୁ ୫ଟି ଅଫୁଟା ବୋମା ଜବତ କରିଛି ।

ଅଭିଯୋଗ ଅନୁସାରେ, ଦୀପାବଳୀ ପାଇଁ ଅମରେଶ ତାଙ୍କ ସାଙ୍ଗ ଚନ୍ଦନ, ପୁଟୁଲ ଆଦି କିଛି ଯୁବକ ଏକାମ୍ର କଲେଜ ନିକଟରେ ଭୋଜି କରୁଥିଲେ । ଭୋଜି ବେଳେ ସେଠାରେ ବାଣ ଫୁଟାଇଥିଲେ । ଏହାକୁ ସୁନ୍ଦରପଦାର ଜଣେ ଯୁବକ ବାରଣ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଯୁବକଜଣକ ସେଠାରୁ ପଳାଇଯାଇଥିଲେ । ରାତି ପ୍ରାୟ ୧୨ଟା ବେଳେ ୬୭ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ଦେବୀ ନନ୍ଦଙ୍କ ସହ ୨୦ରୁ ଅଧିକ ଯୁବକ ସେଠାରେ ପହଂଚି ଅମରେଶ ଓ ତାଙ୍କ ସହଯୋଗୀକୁ ଅତର୍କିତ ଆକ୍ରମଣ କରିଥିଲେ ।ଜୀବନ ବଂଚାଇବାକୁ ଦୌଡି ପଳାଇଯାଉଥିବା ବେଳେ ଅନ୍ୟ ଗୋଷ୍ଠୀର ଯୁବକମାନେ ଅମରେଶକୁ ହକିଷ୍ଟିକ, ଲୁହାଛଡ଼ ଓ ଠେଙ୍ଗାରେ ଗୋଡାଇ ଗୋଡାଇ ପିଟିଥିଲେ । ସେ ରକ୍ତାକ୍ତ ଅବସ୍ଥାରେ ଚେତାଶୂନ୍ୟ ହୋଇ ରାସ୍ତାରେ ପଡିଯିବା ପରେ ଦୁର୍ବୃତତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ । ଖବରପାଇ ପୋଲିସ ଓ ଅମରେଶଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତି କରିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ପୂର୍ବତନ କର୍ପୋରେଟର ଦେବୀ ନନ୍ଦଙ୍କ ସହ ଏକାଧିକ ଲୋକଙ୍କୁ ପୋଲିସ୍ ହେପାଜତକୁ ନେଇ ପ·ରାଉଚରା କରୁଥିବା ବେଳେ ଏହାକୁ ବିରୋଧ କରି ଲୋକେ ଥାନା ଘେରାଉ କରିଥିଲେ । ତୁରନ୍ତ ପୂର୍ବତନ କର୍ପୋରେଟରଙ୍କୁ ଛାଡିବା ଓ ହତ୍ୟାକାରୀକୁ ଗିରଫ ଦାବି କରି ଲୋକେ ହୋହହ୍ଲା କରିଥିଲେ । ଫଳରେ ସେଠାରେ ଉତେଜନା ପ୍ରକାଶ ପାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ମହାନଗର