Connect with us

ମହାନଗର

ଗୋଲଡେନ ବାବାର ଗୋଲଡେନ କନେକସନ

ଗୋଲଡେନ ବାବାର ଗୋଲଡେନ କନେକସନ

ଭୁବନେଶ୍ୱର:- ବିଜେଡି ନେତା ଗୋଲ୍‌ଡେନ୍ ବାବାର ରିମାଣ୍ଡ ଅବଧି ମଧ୍ୟରେ କ୍ରାଇମ୍‌ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ମାରାଥନ୍‌ ଜେରା କରିବା ପରେ ଆଜି ତାକୁ କୋର୍ଟ ଚାଲାଣ କରିଛି । ଗତକାଲିଠାରୁ ତାର ଗୋଲଡେନ କନେକ୍ସନ ଜାଣିବାପାଇଁ ଦିନ ସାରା ଇଓଡବ୍ଲୁ ଅଫିସର ଜଣକ ପରେ ଜଣେ ବାବାକୁ ଜେରା କରିଥିଲେ । ଜେରା ସମୟରେ ଅନେକ ଗୁପ୍ତ ତଥ୍ୟ ପଦାକୁ ଆସିଥିଲେ ମଧ୍ୟ କୌଣସି ଅଧିକାରୀ ଏ ସଂପର୍କରେ ମୁହଁ ଖୋଲିନାହାନ୍ତି ।

କମିସନରେଟ୍‌ ପୁଲିସକୁ କେତେକ ରାଜନୈତିକ ଓ ଗ୍ଲାମର ଲିଙ୍କ୍‌ର ସୁରାକ୍‌ ମିଳିଥିଲେ ମଧ୍ୟ ରାଜନୈତିକ ଚାପ କାରଣରୁ କମିସନରେଟ୍‌ ପୁଲିସ ନିରବ ରହୁଛି । କୌଣସି ଅଧିକାରୀ ଆନୁଷ୍ଠାନିକ ଭାବେ କ୍ୟାମେରା କିମ୍ବା ଖବରଦାତାଙ୍କ ଆଗରେ କହିବା ପାଇଁ ଚାହୁଁ ନାହାନ୍ତି । ବିକଳରେ ବିଜେଡି ନେତାମାନେ ନିଜକୁ ଯଥା ସମ୍ଭବ ବଞ୍ଚାଇବାପାଇଁ ସହର ସାରା ନିଜ ଫଟୋ ସହ ଲାଗିଥିବା ହୋର୍ଡିଂ ଗୁଡିକୁ ରାତାରାତି ଖୋଲି ଦିଆଯାଇଥିବା ବେଳେ ସାମାଜିକ ଗଣମାଧ୍ୟମରେ ଶୋଭା ପାଉଥିବା ନେତାଙ୍କ ସହ ଫଟୋ ମଧ୍ୟ ରାତି ଅଧିଆ ଉଭାନ ହୋଇ ଯାଇଥିଲା । ଆଗକୁ ନିର୍ବାଚନ ଆସୁଥିବାରୁ ଯଥାଶୀଘ୍ର ମାମଲା ଇଓଡବ୍ଲୁକୁ ହସ୍ତାନ୍ତର କରାଯାଇଥିବା ବେଳେ ବାବାକୁ ରିମାଣ୍ଡରେ ନିଆଯାଇଥିଲା ।

ଏବେ ରିମାଣ୍ଡ ସରିଗଲା ପରେ ସମସ୍ତେ ଚୁପ୍‌ । କ’ଣ ଏମିତି ହେଲା ଯେ ପୁଲିସ ଓ ଇଓଡବ୍ଲୁ ଭଳି ଦୁଇ ଦୁଇଟି ବିଭାଗ ମୁଁହରେ ତୁଣ୍ଡି ଲାଗିଗଲା ? ଗୋଲଡେନ ବାବା ସହ ବିଜେଡି କୁଜି ନେତାଙ୍କର ଗୋଲଡେନ ସମ୍ପର୍କକୁ ନେଇ ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି ।

ଅନ୍ୟପକ୍ଷରେ ତଦନ୍ତ ନିରପେକ୍ଷ ହେବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଏଡିଜି(କ୍ରାଇମ୍‌ବ୍ରାଞ୍ଚ) ସନ୍ତୋଷ ଉପାଧ୍ୟାୟ ।

Click to comment

Leave a Reply

Your email address will not be published. Required fields are marked *

More in ମହାନଗର