Connect with us

ଓଡିଶା

୫୮୭ଟି ଥାନା ପାଇଁ ବାର୍ଷିକ ୧୭.୫ କୋଟି ଟଙ୍କାର ଅତିରିକ୍ତ କଂଟିଜେନ୍ସି ଫଣ୍ଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ

୫୮୭ଟି ଥାନା ପାଇଁ ବାର୍ଷିକ ୧୭.୫ କୋଟି ଟଙ୍କାର ଅତିରିକ୍ତ କଂଟିଜେନ୍ସି ଫଣ୍ଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୮ ଅକ୍ଟୋବର- ମୋ ସରକାର କାର୍ଯ୍ୟକ୍ରମ ମାଧ୍ୟମରେ ଥାନା ଗୁଡିକ ଯେପରି ଅଧିକ ଦକ୍ଷତାର ସହ ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇ ଦେଇପାରିବ ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସମସ୍ତ ୫୮୭ଟି ଥାନା ପାଇଁ ବାର୍ଷିକ ୧୭.୫ କୋଟି ଟଙ୍କାର ଅତିରିକ୍ତ କଂଟିଜେନ୍ସି ଫଣ୍ଡ ମଂଜୁର କରିଛନ୍ତି ।
ଭୁବନେଶ୍ୱର – କଟକ ପୋଲିସ୍ କମିଶନରେଟ୍ ରେ ଥିବା ସମସ୍ତ ୪୪ ଟି ଥାନା ପାଇଁ ମାସିକ ୪୦ ହଜାର ଟଙ୍କା ଲେଖାଏଁ ୧୪୨ଟି ସହରାଂଚଳ ଥାନା ପାଇଁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ଓ ୩୫୧ଟି ଗ୍ରାମାଂଚଳ ଥାନା ପାଇଁ ମାସିକ ୨୦ ହଜାର ଟଙ୍କା ଲେଖାଏଁ ମଂଜୁର କରାଯାଇଛି ।
ସେହିପରି ୪ଟି ମହିଳା ଥାନା ,୫ ଟି ଟ୍ରାଫିକ୍ ଥାନା , ୧୫ଟି ରେଳବାଇ ଥାନା, ୪ଟି ସାଇବର ଥାନା , ଗୋଟିଏ ଅର୍ଥନୈତିକ ଅପରାଧ ଥାନା, ଗୋଟିଏ ଏସଟିଏଫ୍ ଥାନା , ଗୋଟିଏ ଏଚଆରପିସି ଥାନା , ଗୋଟିଏ କ୍ରାଇମବ୍ରାଂଚ ଥାନା ନିମନ୍ତେ ପ୍ରତ୍ୟେକଙ୍କୁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ମଂଜୁର କରାଯାଇଥିବା ବେଳେ ରାଜ୍ୟର ଉପକୂଳରେ ଥିବା ୧୮ଟି ସାମୁଦ୍ରିକ ଥାନା ଗୁଡିକ ପାଇଁ ମାସିକ ୨୦ ହଜାର ଟଙ୍କା ଲେଖାଏଁ ମଂଜୁର କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା