Connect with us

ଓଡିଶା

ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍

ସାଙ୍କେତିକ

ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍
ଭଦ୍ରକ, ୨୮ ଅକ୍ଟୋବର – ଭଦ୍ରକ ସହରରେ ଦିନକୁ ଦିନ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି । ନାମକୁ ମାତ୍ର ସହରାଞ୍ଚଳ ଥାନା ପୁଲିସ୍ ବାହାସ୍ପଟ ମାରି ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ନିଜକୁ ନିଜେ ସାବାସି ଦେଉଥିବାବେଳେ ବାସ୍ତବରେ ଫଳ ବିପରୀତ ଦେଖାଦେଇଛି ।

ଗତ ବର୍ଷକ ମଧ୍ୟରେ ସହରାଞ୍ଚଳରେ ୧୦ରୁ ଉଦ୍ଧ୍ୱର୍ ବାଇକ୍ ଡିକି ଭଂଗା ଟଙ୍କା ଲୁଟ୍ ଘଟଣାର ଅପରାଧୀ ଧରାପଡିନଥିବାବେଳେ ଆଜି ପୁଣି ଦିନ ଦ୍ୱିପ୍ରହରରେ ଘଟିଛି ଆଉ ଏକ ଲୁଟ୍ ଘଟଣା । ପ୍ରସିଦ୍ଧ କାଳୀପୂଜା ଗହଳିର ସୁଯୋଗରେ ଲୁଟେରାମାନେ ଟାର୍ଗେଟ୍ କରିଛନ୍ତି ବିଭିନ୍ନ ଛକଜାଗା ।

ଆଜି ବନ୍ତଛକସ୍ଥିତ ଫସରି ମାର୍କେଟ୍ ନିକଟରେ ଦିନ ପ୍ରାୟ ୧୨ ଟା ସମୟରେ ଘଟିଛି ଏହି ଘଟଣା । ଭଦ୍ରକ ଜିଲା ତିହିଡି ଥାନା ଅଧୀନସ୍ଥ ତଳଗୋପବିନ୍ଧା ଅଂଚଳର ମଦନ ନାୟକ ଷ୍ଟେଟ୍ବ୍ୟାଙ୍କରୁ ୧ ଲକ୍ଷ ୪୦ ହଜାର ଟଙ୍କା ଉଠାଇ ନିଜ ମୋଟର ସାଇକେଲ୍ ଡିକିରେ ରଖି ଫିସରି କାର୍ଯ୍ୟାଳୟ ନିକଟ ମାର୍କେଟ୍ରୁ କିଛି ଜିନିଷ କିଣାକିଣି କରୁଥିଲେ । ଠିକ୍ ସେହି ସମୟରେ ତାଙ୍କ ଡିକି ଭାଙ୍ଗି ଏହି ଦୃବୁର୍ତ୍ତ ଉକ୍ତ ଟଙ୍କାକୁ ଲୁଟିନେଇଛି ।

ଏହି ଘଟଣାରେ ସହରାଞ୍ଚଳ ଥାନାଧିକାରିଣୀ ସରୋଜିନୀ ସିଂ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରିଛନ୍ତି । ତେବେ କାଳୀପୂଜା ଆରମ୍ଭରୁ ଲୁଟେରାମାନଙ୍କର ଏଭଳି ପ୍ରାଦୁର୍ଭାବ ପୁଲିସ୍ ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା