Connect with us

ଓଡିଶା

ହୋଟେଲରୁ ଝୁଲନ୍ତା ଅବସ୍ଥାରେ ରିଜର୍ଭ ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

ସାଙ୍କେତିକ

ହୋଟେଲରୁ ଝୁଲନ୍ତା ଅବସ୍ଥାରେ ରିଜର୍ଭ ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର
ଧର୍ମଶାଳା,୨୫ ଅକ୍ଟୋବର – ଯାଜପୁର ଜିଲା ଚଣ୍ଡିଖୋଲ ଛକସ୍ଥିତ ହୋଟେଲ ମିଡଇଷ୍ଟର ରୁମନଂ ୧୧୧ରୁ ଚଣ୍ଡିଖୋଲ ଫାଣ୍ଡି ପୋଲିସ ଗତ କାଲି ବିଳମ୍ବିତ ରାତିରେ ଝୁଲନ୍ତା ଅବସ୍ଥାରେ ଏକ ମୃତଦେହକୁ ଉଦ୍ଧାର କରିଛି । ମୃତକ ଜଣକ ହେଲେ ଯାଜପୁର ଜିଲ୍ଲା ବିଞ୍ଜାରପୁର ଥାନା ଅଙ୍ଗଳା ଗ୍ରାମର ଆଶିଷ ରଞ୍ଜନ ସାମଲ(୫୨)ବର୍ଷ ବୋଲି ଜଣାପଡଇଛି ।
ସୂଚନା ମୁତାବକ ଆଶିଷ ପୂର୍ବରୁ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କର ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲା ବେଳେ ଏବେ ଆସାମର ଗୌହାଟି ଶାଖାକୁ ୬ମାସ ପୂର୍ବେ ବଦଳି ହୋଇଥିଲା । ଭୁବନେଶ୍ୱରରେ ନିଜର ଡାକ୍ତରାଣୀ ସ୍ତ୍ରୀଙ୍କ ସହିତ ଏକମାତ୍ର ପୁତ୍ରଙ୍କ ସହିତ ସେ ବସବାସ କରନ୍ତି । ଦୁଇ ଦିନ ହେବ ତାଙ୍କ ନିଖୋଜ ଖବର ପରିବାର ଲୋକେ ଭୁବନେଶ୍ୱର ପୁଲିସ ଓ ଯାଜପୁର ଏସ.ପି.ଙ୍କୁ ଅବଗତ କରିଥିଲେ । ଯାଜପୁର ପୋଲିସ ତାଙ୍କର ମୋବାଇଲର କଲକୁ ଯାଂଚ କରି ସେ ଚଣ୍ଡିଖୋଲରେ ଥିବା ସୂଚନା ପାଇ ଚଣ୍ଡିଖୋଲ ପୁଲିସ ହୋଟେଲ ମିଡଇଷ୍ଟକୁ ଯାଇ ହୋଟେଲର ରେଜିଷ୍ଟର ଯାଂଚ କରିଥିଲେ । ରେଜିଷ୍ଟରରୁ ଶ୍ରୀ ସାମଲ ରୁମନଂ ୧୧୧ରେ ରହୁଥିବା ପୁଲିସ ଜାଣିବାକୁ ପାଇଥିଲା । ପରେ ରୁମର କବାଟ ଭିତର ପଟୁ ବନ୍ଦ ଥିବାରୁ କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ସାମଲଙ୍କ ମୃତ ଦେହକୁ ଜବତ କରି ପରିବାର ବର୍ଗଙ୍କୁ ଖବର ଦେଇଥିଲେ । ଜବତ ସମୟରେ ସାମଲଙ୍କ ଭିଣୋଇ ଓ ଅନ୍ୟ ସମ୍ପର୍କୀୟ ପୁଲିସଙ୍କ ସାଥୀରେ ଥିଲେ ।
ଏହି ଘଟଣାକୁ ନେଇ ପୁଲିସ ୨୬/୨୦୧୯ରେ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଆଜି ଏସ.ଡି.ପି.ଓ କେଦାରନାଥ ସାହୁଙ୍କ ନିର୍ଦ୍ଦେଶ କ୍ରମେ ବଡଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ଓ ଫାଣ୍ଡି ଅଧିକାରୀ ଶୁଶୀଳ କୁମାର ନାୟକ ଶିଶିରଙ୍କ ପତ୍ନୀ ବିନ୍ଧ୍ୟା ସାହୁ ଓ ଭିଣୋଇ ଅମରେନ୍ଦ୍ର ସେନାପତିଙ୍କ ଉପସ୍ଥିତିରେ ହୋଟେଲର ରୁମକୁ ଯାଂଚ କରିଥିଲେ । ଯାଂଚ ବେଳେ ସାମଲ ବ୍ୟବହାର କରୁଥିବା ଏକ ବ୍ୟାଗ ମୋବାଇଲ ଚାର୍ଜର, ବ୍ୟାଗରୁ ଚାବି ନେନ୍ଥା ଓ ଅଲଟୋ କାର ନମ୍ବର ଓଆର.୦୫ୟୁ ୮୭୬୦କୁ ପୋଲିସ ଜବତ କରିଥିଲା । ଅପରାହ୍ନରେ କେନ୍ଦ୍ରାପଡାରୁ ଆସିଥିବା ସାଇଂଟିକଫିକ ଟିମ ହୋଟେଲ ରୁମୁକ ଯାଇ ସରଜମିନ ତଦନ୍ତ କରିଥିବା ଜଣାପଡିଛି । ଅମରେନ୍ଦ୍ର ସେନାପତିଙ୍କ ଲିଖିତ ଅଭିଯୋଗରେ ପୁଲିସ ଅଧିକ ତଦନ୍ତ ଚଳାଇଥିଲା ବେଳେ ବଡଚଣା ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।
ଏହା ଏକ ପାରିବାରିକ କଳହ ବୋଲି ପୁଲିସ କହୁଥିଲା ବେଳେ ବ୍ୟବଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ସତ୍ୟ ଜଣାପଡିବ ବୋଲି ବଡଚଣା ଥାନା ଅଧିକାରୀ ଦୀପକ ଜେନା କହିଛନ୍ତି । ଝୁଲନ୍ତା ଅବସ୍ଥାରେ ଫ୍ୟାନ ବ୍ଳେଡରେ ଆତ୍ମହତ୍ୟାକୁ ସାଧାରଣରେ ସନ୍ଦେହ ସୃଷ୍ଟି କରୁଥିଲା ବେଳେ ହୋଟେଲରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଯାଂଚ କଲେ ପ୍ରକୃତ ସତ୍ୟ ମିଳି ପାରନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା