ସରପଂଚ ସ୍ୱାମୀଙ୍କ ଗେଷ୍ଟ ହାଉସରେ ପିଇଓଙ୍କ ମୃତ୍ୟୁ ଘଟଣା
ଭଙ୍ଗା ଯିବ ରୂପେଶଙ୍କ ବେଆଇନ ଗେଷ୍ଟହାଉସ : ଜିଲ୍ଲାପାଳ
ଧର୍ମଶାଳା,୨୪ଅକ୍ଟୋବର – ଯାଜପୁର ଜିଲା ଧର୍ମଶାଳା ବ୍ଳକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁର ପର୍ଦ୍ଦାଫାସ କରିଥିଲେ ମଧ୍ୟ ଏହା ସବୁ ମହଲରେ ବିଶ୍ୱାସଯୋଗ୍ୟ ହୋଇପାରି ନାହିଁ ।
ଘଟଣାକୁ ଯେତେ ବିଳମ୍ବ ହେଉଛି ସାଧାରଣରେ ସେତିକି ଅସନ୍ତୋଷ ବଢିବାରେ ଲାଗିଛି । ପୁଲିସ ଘଟଣାର ଆତ୍ମହତ୍ୟା ରୂପ ଦେଇଥିବା ବେଳେ ଏହାକୁ ବିରୋଧ କରି ବିଭିନ୍ନ ରାଜନୈତିକ ଦଳ ସମସ୍ତ ବଳ ଲଗାଇ ଦେଇଛି । ଏହି ଘଟଣାକୁ ଯେତିକି ଅତୀତ ହେଉଛି ସେବୁର ବିବାଦ ଦିନକୁ ଦିନ ଘନାଇବାରେ ଲଗିଛି । ଏହି ସମ୍ପୂର୍ଣ୍ଣ ଘଟଣାକୁ ନେଇ ଜିଲାପ୍ରଶାସନର କେଉଁଠି ନାଁ କେଉଁଠି କେଁ ରହିଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ଆଜି ଏକ ନୂଆ ବିବାଦ ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ ଆଜି ଯାଜପୁର ଜିଲାପାଳ ରଂଜନ କୁମାର ଦାସ ଧର୍ମଶାଳାର ବହୁ ଚର୍ଚ୍ଚିତ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସ ଭଙ୍ଗା ଯିବା ସମ୍ପର୍କରେ ସୂଚନା ଦେଇଛନ୍ତି । ବାଲିଗିରି ମୌଜାରେ ଖାତା ନଂ ୧୦୯ ଓ ୧୧୦ ପ୍ଲଟ ନଂ୨୯୦ ଓ ୨୯୧ ଜମିରେ ଏହି ବେଆଇନ ଗେଷ୍ଟହାଉସ ବର୍ତମାନ ୧୪୪ ଧାରା ଲାଗୁ କରାଯାଇଛି । ପୁଲିସର ତଦନ୍ତ ଜାରି ରହିଛି ,ତଦନ୍ତ ଶେଷ ପରେ ଏହି ବେଆଇନ ଗେଷ୍ଟହାଉସକୁ ଭାଙ୍ଗି ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷେ ଏହି ବେଆଇନ ଗେଷ୍ଟହାଉସରେ କିପରିଭାବେ ଜିଲାପ୍ରଶାସନ ଜାଣି ପାରିଲା ନାହିଁ ଏବଂ ରାଜନୈତିକ ବଡବାବୁ ଓ ଏକ କମ୍ପାନୀର ବରିଷ୍ଠ ଅଧିକାରୀଙ୍କର ରୂପେଶଙ୍କର କଣ ସମ୍ପର୍କ ରହିଛି ତାହା ଏବେ ଜଣସାଧାରଣ ଚାହିଁ ବସିଛନ୍ତି ।
ପୂର୍ବରୁ ଧର୍ମଶାଳା ତହସିଲ ପକ୍ଷରୁ ଘଣ ଭଙ୍ଗା ଯିବା ଲାଗି ନୋଟିସ ଜାରି କରିଥିଲା,ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ,ଏବେ ଏହି ଘର ଭଙ୍ଗା ଯିବା ଲାଗି ନୋଟିସ ଜାରି ହେଲେ ଯାହାକୁ ପ୍ରଶାସନର କାର୍ଯ୍ୟ ଦକ୍ଷତା ପ୍ରତି ସାଧାରଣରେ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି । ଅନ୍ୟ ପକ୍ଷେ ଜିଲା ପ୍ରଶାସନ ସବୁ ଜାଣି ଅଜଣା ହେଉଥିବା ଏ ନେଇ ଘର ଭାଙ୍ଗିବା ନେଇ ଏତେଦିନ ଚୁପ ରହିବା ଏହି ଘଟଣାକୁ ଆହୁରୀ ଜଟିଳ କରିଥିବା ନେଇ ରାଜନେଅତିକ ମହଲରେ ଚର୍ଚ୍ଚା ହୋଇଛି ।