Connect with us

ଓଡିଶା

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଜିଲା ପ୍ରଶାସନ ପକ୍ଷରୁ ନୋଟିସ୍ ବୋର୍ଡ ଝୁଲିଲା

ସାଙ୍କେତିକ

ଗୋଚର କିସମ ଜମିରେ ଦୋକାନ ଗୃହ ନିର୍ମାଣ ପ୍ରସଙ୍ଗ : ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଜିଲା ପ୍ରଶାସନ ପକ୍ଷରୁ ନୋଟିସ୍ ବୋର୍ଡ ଝୁଲିଲା
ଭଦ୍ରକ,୨୦ ସେପ୍ଟେମ୍ବର – ବିଳମ୍ବରେ ହେଲେ ବି ଶେଷରେ ପୌରା ଳର ଅପର୍ତି ବିନ୍ଧା ସ୍ଥିତ ଗୋଚର କିସମ ଜମିରେ ବେଆଇନ୍ ଭାବେ ନିର୍ମାଣାଧୀନ ଦୋକାନ ଗୃହର ହାଇକୋର୍ଟଙ୍କ ଅଂକୁଶ ମାମଲାରେ ଜିଲା ପ୍ରଶାସନର ନିଦ ଭାଙ୍ଗିଛି । ଆଜି ଜିଲା ପ୍ରଶାସନ ପକ୍ଷରୁ ନିର୍ମାଣାଧୀନ ଉକ୍ତ ଦୋକାନ ଗୃହ ଖମ୍ବରେ ପ୍ରଶାସନର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ “ଏହା ଓଡ଼ିଶା ସରକାରଙ୍କ ସଂପତି ଅଟେ, ଉକ୍ତ ସ୍ଥାନରେ ବେଆଇନ୍ ଦଖଲ ଆଇନ୍ ଅନୁଯାୟୀ ଦଣ୍ଡନୀୟ” ବୋଲି ଲେଖାଯାଇଥିବା ନୋଟିସ୍ ବୋର୍ଡ ମରାଯାଇଛି । ଫଳରେ ଏହି ଦୋକାନ ଗୃହ ନିର୍ମାଣ ନେଇ ସହରବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି ।

ଏଠାରେ ସୂଚନାଯୋଗ୍ୟ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଅମୃତ ଯୋଜନାରେ ସହରର ବହୁ ବେଆଇନ୍ ଜବରଦଖଲ ଦୋକାନ ଗୃହକୁ ପ୍ରଶାସନ ପକ୍ଷରୁ ଗତ ପ୍ରାୟ ୨ ମାସ ତଳେ ଭଙ୍ଗାଯାଇଥିଲା । ତେବେ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଆରମ୍ଭ ହୋଇଥିବା ଏହି ବେଆଇନ୍ ଜବରଦଖଲ ଜନିତ ଭଙ୍ଗା କାର୍ଯ୍ୟ ଅପର୍ତିବିନ୍ଧା ସ୍ଥିତ ଶୌଚାଳୟ ପର୍ଯ୍ୟନ୍ତ କରାଯାଇଥିବାବେଳେ ତାହା ସାମୟିକ ଭାବେ ସ୍ଥଗିତ ରହିଥିଲା । ଇତିମଧ୍ୟରେ ଭଦ୍ରକ ପୌରାଂଚଳ ୧୩ ନଂ ୱାର୍ଡ ଅପର୍ତିବିନ୍ଧା ମୌଜାର ଏକ ଗୋଚର କିସମ ଜମିରେ ବେଆଇନ୍ ଦୋକାନ ଗୃହ ନିର୍ମାଣର ମୂଳଦୁଆ ପଡିଥିଲା । ଉକ୍ତ ଅପର୍ତିବିନ୍ଧା ମୌଜାର ଖାତା ନଂ ୮୯୨, ପ୍ଲଟ୍ ନଂ ୩ ରେ ଥିବା ୧୩ ଡି. ଓ ପ୍ଲଟ୍ ନଂ ୪ ରେ ଥିବା ୮ ଡି. ଜମିକୁ ମିଶାଇ ୨୧ ଡି. ଗୋଚର କିସମ ଜମିରେ ଏହି ଦୋକାନ ଗୃହ ନିର୍ମାଣ କାର୍ଯ୍ୟ କରାଯାଉଥିଲା । ଏହି କାର୍ଯ୍ୟକୁ ବିରୋଧ କରି ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଡବ୍ଲ୍ୟୁ.ପି. (ସି) ନଂ ୧୬୫୩୪/୧୯ ମୂଳେ ଗତ ୯ ତାରିଖରେ ଏକ ମାମଲା ଆଗତ ହୋଇଥିଲା ।

ଏହି ମାମଲାରେ ରାଜସ୍ୱ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ଭଦ୍ରକ ଜିଲାପାଳ, ତହସିଲଦାର, ପୌର ନିର୍ବାହୀ ଅଧିକାରୀ, ସ୍ପେଶାଲ ପ୍ଲାନିଂ ଅଧିକାରୀ, ଭଦ୍ରକ ଏସ୍ପି ଓ ସୂର୍ଯ୍ୟଶିଖା କ୍ଲବ୍ର ସଭାପତି ତଥା ସଂପାଦକଙ୍କ ସମେତ ୮ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ପିଟିସନରେ ଅଭିଯୋଗ ମୂଳେ ଏହି ଦୋକାନ ଗୃହ ନିର୍ମାଣ ଯଦି ବେଆଇନ୍ ଭାବେ ବିବାଦୀୟ ଜମିରେ କରାଯାଉଥିବ, ତେବେ ଏ ସଂପର୍କରେ ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ ତଦନ୍ତ କରି ୧୫ ଦିନ ମଧ୍ୟରେ ନିଷ୍ପତି ନେବାକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏବଂ ଜିଲାପାଳଙ୍କ ନିଷ୍ପତି ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ସାମୂହିକ ଭାବେ ବନ୍ଦ କରିବାକୁ ମଧ୍ୟ ମାନ୍ୟବର ନ୍ୟାୟାଳୟଙ୍କ ତାଗିଦ ରହିଥିଲା ।

ତେବେ ଆଜି ବେଆଇନ୍ ଘୋଷିତ ଉକ୍ତ ନିର୍ମାଣାଧୀନ ଦୋକାନ ଗୃହ ଉପରେ ଜିଲା ପ୍ରଶାସନର ମୋହର ଲଗାଯାଇଛି

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା