ମଝି ନଈରେ ଫସିଲେ ହାତୀ ପଲ
କଟକ, ୧୭ ସେପ୍ଟେମ୍ବର – କଟକ ଭାଗୀପୁର ପଠାରୁ ମହାନଦୀ ପାର୍ ହୋଇ ଚନ୍ଦକା ଅଭୟାରଣ୍ୟ ଅଭିମୁଖେ ଆସୁଥିବା ବେଳେ ଏକ ହାତୀପଲ ନଈ ମଝିରେ ଏକ ବାଲୁକା ସ୍ତୁପ ଉପରେ ଫଶି ରହିଛନ୍ତି । ଆଜି ସକାଳେ ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଜାଣିବା ପରେ ବନ ବିଭାଗ କାର୍ଯ୍ୟାଳୟକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ହାତୀ ପଲଙ୍କୁ ଉଦ୍ଧାର କରିବା ନେଇ ପ୍ରୟାସ ଚଳାଇଛନ୍ତି । ଏହି ହାତୀ ପଲରେ ୧୧ଟି ହାତୀ ରହିଛନ୍ତି । ସମ୍ଭବତଃ ଏହି ହାତୀ ପଲ ଗତକାଲି ବିଳମ୍ବିତ ରାତିରେ ନଦୀ ପାର୍ ହୋଇ ଚନ୍ଦକା ଅଭୟାରଣ୍ୟ ଆଡକୁ ଯିବାକୁ ଉଦ୍ୟମ କରିଥିଲେ । ତେବେ ଆଖି ସାମ୍ନାରେ ମହାନଦୀର ପ୍ରଖର ଜଳସ୍ରୋତ ଦେଖି ବାଲୁକା ସ୍ତୁପ ଉପରେ ଅଟକି ରହିଥିଲେ । ଅନ୍ୟପକ୍ଷରେ ଏହି ଖବର ପ୍ରଚାରିତ ହେବା ପରେ ହାତୀ ଦେଖିବାକୁ ଘଟଣାସ୍ଥଳରେ ଶହ ଶହ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା
ଓଡିଶା
ମଝି ନଈରେ ଫସିଲେ ହାତୀ ପଲ
More in ଓଡିଶା
-
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨 ଭୁବନେଶ୍ୱର :- 22-12- ସ୍ଥାନୀୟ ବଡ଼ଗଡ଼ ଅଂଚଳରୁ ଦୁଇ...
-
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ ଭୁବନେଶ୍ୱର, ୧୬ ଫେବୃୟାରୀ – ବହୁଚର୍ଚ୍ଚିତ କଳ୍ପନା...
-
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ ଭୁବନେଶ୍ୱର, ୧୬ ଫେବୃୟାରୀ – ଯୁବତୀଙ୍କୁ କମେଂଟ...
-
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ ଭୁବନେଶ୍ୱର, ୧୦ ଫେବୃଆରୀ – ବ୍ରହ୍ମପୁରରେ ଗତକାଲି ବସ୍ ରେ...