ନୂତନ ଦାୟିତ୍ୱ ଗ୍ରହଣ କଲେ ପୂର୍ବତନ ଡିଜିପି ଡ. ଆର.ପି. ଶର୍ମା
ଆଇନ ଶୃଙ୍ଖଳା ଓ ଅପରାଧକୁ ନିୟନ୍ତ୍ରଣ କରିବାକୁ ପ୍ରାଥମିକତା – ବିକେ ଶର୍ମା
ଭୁବନେଶ୍ୱର, ୦୮ ଅଗଷ୍ଟ,- ପୁରୁଣା ଦାୟିତ୍ୱ ହସ୍ତାନ୍ତର କରିବା ପରେ ନୂତନ ଦାୟିତ୍ୱ ଗ୍ରହଣ କଲେ ପୂର୍ବତନ ଡିଜିପି ଡ. ଆର.ପି. ଶର୍ମା । ଶର୍ମା ସ୍ୱେଚ୍ଛାକୃତ ଅବସର ନେବା ପରେ ଲୋକାୟୁକ୍ତର ସଭ୍ୟ ପଦବୀରେ ନିଯୁକ୍ତି ପାଇଥିଲେ । ଏଥିପାଇଁ ଚୟନ କମିଟି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୁପାରିଶ କରିଥିଲା । ରାଜ୍ୟପାଳ ତାକୁ ଗ୍ରହଣ କରିଥିଲେ ।
ପୋଲିସ ମହା ନିର୍ଦେଶକ ଦାୟିତ୍ୱ ଗ୍ରହଣ କରିବା ପରେ ବିଜୟ କୁମାର ଶର୍ମା ପ୍ରକାଶ କରିଛନ୍ତି , ରାଜ୍ୟରେ ଆଇନ ଶୃଙ୍ଖଳା ଓ ଅପରାଧକୁ ନିୟନ୍ତ୍ରଣ କରିବାକୁ ପ୍ରାଥମିକତା ଦିଆଯିବ । ପୋଲିସ ସାଧାରଣ ଲୋକଙ୍କର ବିଶ୍ୱାସଭାଜନ କିପରି ହେବ ସେ ନେଇ ଚେଷ୍ଟା କରା ଯିବ । ସେ କହିଛନ୍ତି ଯେ, ପୋଲିସକୁ ଅଧିକ ବୈଷୟିକ ଜ୍ଞାନକୌଶଳ ଯୁକ୍ତ କରାଯିବ । ସାକ୍ଷୀମାନଙ୍କୁ ସୁରକ୍ଷା ଓ କୋର୍ଟକୁ ନେବା ବେଳେ ସୁରକ୍ଷା ବ୍ୟବସ୍ଥା କଡା କଡି କରିବାକୁ ହେବ । ଦଣ୍ଡବିଧାନ ହାରକୁ ବୃଦ୍ଧି କରିବା ପାଇଁ ମାମଲାର ତଦନ୍ତକୁ ଦୃଢ କରା ଯିବ । ପୋଲିସକୁ ସୁଦୃଢ ଓ ସ୍ୱଚ୍ଛ କରିବାକୁ ଉଦ୍ୟମ କରା ଯିବ ବୋଲି ସେ କହିଛନ୍ତି ।