
କଡ଼ାକଡ଼ି କରାଗଲା ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର, ୦୮ ଅଗଷ୍ଟ,- କାଶ୍ମୀର ଘଟଣା ପରେ ଭୁବନେଶ୍ୱରସ୍ଥ ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନଘାଟିର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସିଆଇଏସଏଫର ସଂଖ୍ୟାକୁ ବୃଦ୍ଧି କରାଯାଇଛି । କେନ୍ଦ୍ର ସରକାରଙ୍କର ବେସାମରିକ ମନ୍ତ୍ରଣାଳୟ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ନନ୍ ପାର୍କିଂ ଏରିଆର ଯେପରି ଗାଡ଼ି ଗୁଡ଼ିକ ପାର୍କିଂ ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଏୟାରପୋର୍ଟ ଅଥରିଟିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
