ସୁନା ଦୋକାନରୁ ଚୋରୀ
୧୩ ଲକ୍ଷ ମୂଲ୍ୟର ଅଳଙ୍କାର ଲୁଟିନେଲେ
ଗଞ୍ଜାମ, ୮ ଜୁଲାଇ – ଗତକାଲି ବିଳମ୍ବିତ ରାତିରେ ସୋରଡ଼ା ବଡ଼ଦାଣ୍ଡ ବଜାରରେ ଥିବା ଏକ ସୁନା ଦୋକାନରୁ ବଡ଼ ଧରଣର ଚୋରୀ ହୋଇଛି । ପ୍ରାୟ ୩ ଜଣ ଚୋର ସୁନା ଦୋକାନର ଗ୍ରୀଲ୍ ଓ କବାଟ ଭାଙ୍ଗି ଦୋକାନରୁ ୪୦୦ ଗ୍ରାମ୍ ଓଜନର ସୁନା ଓ ରୂପା ଅଳଙ୍କାର ଚୋରୀ କରି ନେଇଛନ୍ତି । ଚୋରୀ ହୋଇଥିବା ଅଳଙ୍କାରର ମୂଲ୍ୟ ପ୍ରାୟ ୧୩ ଲକ୍ଷ ଟଙ୍କା ହେବ । ଆଜି ସକାଳେ ଦୋକାନ ମାଲିକଙ୍କ ଠାରୁ ଏ ସମ୍ପର୍କରେ ଖବର ପାଇ ସୋରଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି । ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୋଲିସ ଏନେଇ ଅଧିକ ତଥ୍ୟ ଦେଉନଥିଲେ ମଧ୍ୟ ତୁରନ୍ତ ଚୋରମାନେ ଧରାପଡିବେ ବୋଲି ଥାନା ଅଧିକାରୀ ପ୍ରଭାତ ସାହୁ ସୂଚନା ଦେଇଛନ୍ତି ।
ଓଡିଶା
ସୁନା ଦୋକାନରୁ ଚୋରୀ
More in ଓଡିଶା
-
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨 ଭୁବନେଶ୍ୱର :- 22-12- ସ୍ଥାନୀୟ ବଡ଼ଗଡ଼ ଅଂଚଳରୁ ଦୁଇ...
-
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ ଭୁବନେଶ୍ୱର, ୧୬ ଫେବୃୟାରୀ – ବହୁଚର୍ଚ୍ଚିତ କଳ୍ପନା...
-
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ ଭୁବନେଶ୍ୱର, ୧୬ ଫେବୃୟାରୀ – ଯୁବତୀଙ୍କୁ କମେଂଟ...
-
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ ଭୁବନେଶ୍ୱର, ୧୦ ଫେବୃଆରୀ – ବ୍ରହ୍ମପୁରରେ ଗତକାଲି ବସ୍ ରେ...