ରଥଯାତ୍ରାରେ ଅଘଟଣ
– ବାଲୁଗାଁରେ ରଥ ଚକା ଚଢି ବାଳକ ମୃତ
– ଯାଜପୁରରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ରଥରେ ନିଆଁ , ୨ ମୃତ
ଭୁବନେଶ୍ୱର, ୪ ଜୁଲାଇ,- ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଘୋଷଯାତ୍ରା ଅବସରରେ କେତେକ ସ୍ଥାନରେ ଅଘଟଣ ଘଟିଛି ବୋଲି ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି । ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁର ପଲଟନ ପଡ଼ିଆଠାରେ ଆୟୋଜିତ ପ୍ରଭୁଚରଣ ଚକାଦେବଙ୍କର ରଥଯାତ୍ରାରେ ରଥଟଣା ବେଳେ ୮ ବର୍ଷର ଏକ ବାଳକ ଉପରେ ରଥ ଚଢ଼ିଯାଇଥିଲା । ବାଣପୁର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ସେଠାରେ ତାର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ବାଣପୁରରେ ଲୋକେ ଉତ୍ୟକ୍ତ ହୋଇ ଥାନା ଆଗରେ ଧାରଣା ଦେଇଥିଲେ ଏବଂ ତାର ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି କରିଥିଲେ ।
ଅନ୍ୟପକ୍ଷରେ ଯାଜପୁର ଜିଲ୍ଲାର ଟିସ୍କୋ ଖଣି ଅଂଚଳରେ ଘଟିଥିବା ଅନ୍ୟ ଏକ ଘଟଣାରେ ରଥ ଟଣା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଟାଟା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହି ରଥ ଲୁହାରେ ତିଆରି ହୋଇଥିବାରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏହି ଅଘଟଣ ଘଟିଥିଲା ।
ଯାଜପୁର ଜିଲ୍ଲାର ବ୍ୟାସନଗର ପୌର ପରିଷଦ ଅନ୍ତର୍ଗତ ସରୋବର ନଗର ଜଗନ୍ନାଥ ମନ୍ଦିରର ରଥ ଟଣା ଯିବା ବେଳେ ଚକ ଭାଙ୍ଗିଯିବା ବେଳେ ଲୋକେ ବାଉଁଶରେ ତିନି ଠାକୁରଙ୍କୁ ନେଇ ମାଉସୀମା ମନ୍ଦିରକୁ ଯାଇଥିଲେ । ଯାହାଫଳରେ ଶ୍ରଦ୍ଧାଳୁ ମାନଙ୍କ ମନରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା ।
ଓଡିଶା
ରଥଯାତ୍ରାରେ ଅଘଟଣ
More in ଓଡିଶା
-
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨 ଭୁବନେଶ୍ୱର :- 22-12- ସ୍ଥାନୀୟ ବଡ଼ଗଡ଼ ଅଂଚଳରୁ ଦୁଇ...
-
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ ଭୁବନେଶ୍ୱର, ୧୬ ଫେବୃୟାରୀ – ବହୁଚର୍ଚ୍ଚିତ କଳ୍ପନା...
-
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ ଭୁବନେଶ୍ୱର, ୧୬ ଫେବୃୟାରୀ – ଯୁବତୀଙ୍କୁ କମେଂଟ...
-
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ ଭୁବନେଶ୍ୱର, ୧୦ ଫେବୃଆରୀ – ବ୍ରହ୍ମପୁରରେ ଗତକାଲି ବସ୍ ରେ...