
ସ୍କୁଲ ନିକଟରେ ମଦ ଦୋକାନକୁ ବିରୋଧ
ଭୁବନେଶ୍ୱର, ୦୧ ଜୁଲାଇ – ଓଡ଼ିଶାର ବିଭିନ୍ନ ସହରାଂଚଳ ଓ ଗ୍ରାମାଂଚଳରେ ମଦର ବନ୍ୟା ଦିନକୁ ଦିନ ବୃଦ୍ଧିପାଇ ବର୍ତମାନ ଜନବସତିର ମଧ୍ୟଭାଗରେ ପହଂଚିଥିôଲେ ମଧ୍ୟ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇବା ପରିବର୍ତେ ମଦ ମାଫିଆମାନଙ୍କୁ ଉତ୍ସାହିତ କରିବା ଦ୍ୱାରା ଛୋଟ ଛୋଟ କୋମଳମତି ପିଲା, ଯୁବତୀ ଓ ମହିଳାମାନେ ବର୍ତମାନ ବାହାରକୁ ବାହାରିବାକୁ ନିଜକୁ ଅସୁରକ୍ଷିତ ମଣୁଛନ୍ତି ।
ଘଟଣାଟି ଘଟିଛି ଅନୁଗୁଳ ଜିଲ୍ଲା ଜିରାଙ୍ଗଛକ ଠାରେ । ଏକ ସରକାରୀ ମଦ ଦୋକାନ ଜନବସତିର ଠିକ୍ ମଧ୍ୟଭାଗରେ ଖୋଲିଥିବାରୁ ନିକଟରେ ଥିବା ଲିଟିଲ୍ କ୍ୟାମ୍ପସ୍ ସ୍କୁଲ୍କୁ ଛୋଟ ଛୋଟ କୋମଳମତି ପିଲାମାନେ ଯାଇପାରୁନାହାନ୍ତି । ଜନସାଧାରଣଙ୍କ ତୃଷା ମେଂଟାଇବା ପାଇଁ ସରକାରଙ୍କ ପକ୍ଷରୁ ଖନନ କରାଯାଇଥିବା ନଳକୂପର ଅତି ନିକଟବର୍ତୀ ସ୍ଥାନରେ ମଦ ଦୋକାନ ଖୋଲିଥିବାରୁ ସ୍ଥାନୀୟ ଲୋକମାନେ ପାନୀୟ ଜଳ ଟିକେ ପାଇବାରୁ ବଂଚିତ ହେଉଛନ୍ତି । ମଦ ଦୋକାନର ଉଭୟ ପାଶ୍ୱର୍ରେ ଦୁଇଗୋଟି ମନ୍ଦିର ଥିଲେ ମଧ୍ୟ ଏହା ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଇଛି । ଏହାର ପ୍ରତିବାଦରେ ଆଜକୁ ଦୀର୍ଘ ଦେଢ଼ ବର୍ଷ ହେବ ନାଲ୍କୋ କଲୋନୀ ବାସିନ୍ଦାଙ୍କ ସମେତ ଅନ୍ୟ ବୁଦ୍ଧିଜୀବୀମାନେ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଥିଲେ ମଧ୍ୟ ନ୍ୟାୟ ପାଇବା ପରିବର୍ତେ ପୋଲିସ୍ ଆକ୍ରୋଶର ଶିକାର ହେଉଛନ୍ତି ।
ଅନ୍ୟ ପକ୍ଷରେ ସରକାରଙ୍କ ତୃଟିପୂର୍ଣ୍ଣ ଭୂ-ଅର୍ଜନ ନୀତି ଯୋଗୁ ତାଳଚେର କୋଇଲା ଖଣି(ମହାନଦୀ କୋଲ୍ଡ୍ ଫିଲଡ୍ ଲିମିଟେଡ୍ ଅଧୀନସ୍ଥ)ର କର୍ମକର୍ତାମାନେ ସ୍ଥାନୀୟ ଅଲ୍ଲାଦନଗର ଅଂଚଳର ଗରିବ ଲୋକମାନଙ୍କ ଜମିକୁ ଜୋରଜବରଦସ୍ତ ଦଖଲ କରିଥିଲେ, ସେମାନଙ୍କୁ ଅଦ୍ୟାବଧି ଥଇଥାନ କରାଯାଇ ନଥିବାରୁ ସେମାନେ ଖରା, ବର୍ଷା, ଶୀତ, କାକରରେ ନିଜନିଜ ପିଲାଛୁଆଙ୍କୁ ଧରି କଲବଲ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମାନବାଧିକାର କର୍ମୀ ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଆମ ସଙ୍ଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜୁ ଘୋଷ, କର୍ମଚାରୀ ନେତା ଆଶିଷ କୁମାର ନନ୍ଦ, ଆର.ପି.ଆଇ.ର ପଶ୍ଚିମବଙ୍ଗ ରାଜ୍ୟ ସଭାପତି ମୃତ୍ୟୁଞ୍ଜୟ ମଲ୍ଲିକ, ଓଡ଼ିଶା ରାଜ୍ୟ ସଭାପତି ଶେଖ ଅବଦୁଲ ୱାଲି, ଚନ୍ଦନ କୁମାର ସାହୁ, ରତ୍ନା ରାଜବଂଶୀ ପ୍ରମୁଖ ଉପସ୍ଥିତ ଥିଲେ ।
