ସାଳନ୍ଦୀ ଜଳସେଚନ ବିଭାଗର ନିମ୍ନମାନର ପଥର ପ୍ୟାକିଂ : ଆଶା ଆଶଙ୍କାରେ ନଦୀକୂଳବାସୀ
ଭଦ୍ରକ, ୧୦ ଜୁନ୍ – ଧନଜୀବନର ସୁରକ୍ଷା ପାଇଁ ନଦୀବନ୍ଧ ସୁଦୃଢ଼ୀକରଣ ଉପରେ ସରକାର ବିଶେଷ ଗୁରୁତ୍ୱ ଦେଇ ଆସୁଛନ୍ତି । ତେଣୁ ବିଭିନ୍ନ ନଦୀ ତଟବର୍ତୀ ଅଂଚଳରେ ଥିବା ଜନବସତି ସ୍ଥାନରେ ନଦୀ ବନ୍ଧକୁ ପଥର ପ୍ୟାକିଂ କରି ସୁଦୃଢ଼ କରାଯାଉଛି । ଏହି କ୍ରମରେ ଭଦ୍ରକ ସାଳନ୍ଦୀ ଜଳସେଚନ ବିଭାଗ ଦ୍ୱାରା ଜିଲ୍ଲାର ବହୁ ନଦୀବନ୍ଧକୁ ପଥର ପ୍ୟାକିଂ କରାଯାଉଛି । ହେଲେ ବିଭାଗୀୟ ଯନ୍ତ୍ରୀ ଓ ନିୟୋଜିତ ଠିକାଦାରଙ୍କ ଲାଭଖୋର ମନୋଭାବ ପାଇଁ ବିଭିନ୍ନ ସ୍ଥାନରେ ନିମ୍ନମାନର କାର୍ଯ୍ୟ ଦେଖିବାକୁ ମିଳୁଛି ।
ସ୍ଥାନୀୟ ଲୋକଙ୍କ ପ୍ରତିାବାଦକୁ ଭ୍ରୂକ୍ଷେପ ନକରି ଏହି ଠିକାଦାରମାନେ ମନଇଛା ନିମ୍ନମାନର କାର୍ଯ୍ୟ କରିଚାଲିଛନ୍ତି । ବିଭାଗୀୟ ଯନ୍ତ୍ରୀମାନେ ମଧ୍ୟ ଏହକୁ ଦେଖି ନଦେଖିବା ପରି ରହୁଛନ୍ତି । ଏପ୍ରକାର ନିମ୍ନମାନର କାର୍ଯ୍ୟ ବିରୋଧରେ ଅସନ୍ତୋଷ ପ୍ରକାଶ କରି ଚାନ୍ଦବାଲି ବ୍ଲକର ମନ୍ତେଇ ନଦୀ ତଟବର୍ତୀ ଅଂଚଳ କନକପଲ୍ଲୀର ବହୁ ଗ୍ରାମବାସୀ ଏହାର ଭିଜିଲାନ୍ସସ୍ତରୀୟ ତଦନ୍ତ ଦାବି କରିଛନ୍ତି । ମୋଟ ବ୍ୟୟବରାଦ ଅର୍ଥର ୭୦ପ୍ରତିଶତ ଅର୍ଥକୁ ହରିଲୁଟ କରାଯାଇଥବବା ମେସାନେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଏହି ଅଭିଯୋଗର ସତ୍ୟତା ଜାଣିବା ପାଇଁ ସୂଚନା ଅôଦକାର ଆଇନ ବଳରେ ତଥ୍ୟ ମଗାଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ପ୍ରକୃତ ତଥ୍ୟକୁ ଲୁଚାଯାଇ ବହୁ ବିଭ୍ରାନ୍ତିକର ତଥ୍ୟ ଦିଆଯାଇଥିବା ଜଣାପଡ଼ିଛି । ତେବେ ସୂଚନା ଅଧିକାର ତଥ୍ୟ ଅନୁଯାୟୀ ୨୦୧୮-୧୯ ଆର୍ଥୀକ ବର୍ଷରେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଉଦ୍ରମକ୍ରମେ ଏହି ଜିଲ୍ଲା ଚାନ୍ଦବାଲି ବ୍ଲକ ମନ୍ତେଇ ନଦୀର ଡ଼ାହାଣପାଶ୍ୱର୍ ବନ୍ଧର ସୁଦୃଢ଼ିକରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ଏହି ମର୍ମରେ ନଦୀ କୂଳ ବନ୍ଧରେ ପଥର ପ୍ୟାକିଂ କରାଯିବାକୁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ପରେ ଆବଶ୍ୟକ ଚୁକ୍ତିନାମା ପରେ ନିୟୋଜିତ ଠିକାଦାର କାର୍ଯ୍ୟ ଆରମ୍ଭ କରିଥିଲେ ।
ତଥ୍ୟ ଅନୁଯାୟୀ ମନ୍ତେଇ ନଦୀର ଡ଼ାହାଣ ପାଶ୍ୱର୍ କୂଳରେ କନକପଲ୍ଲୀସ୍ଥିତ ହରିଶପୁର ଗ୍ରାମରେ ୪୨ଲକ୍ଷ ୧୩ ହଜାର ୫୫୦ଟଙ୍କା, ରାଜରାଜେଶ୍ୱରପଲ୍ଲୀ ନିକଟରେ ୩୯ଲକ୍ଷ ୧୦ ହଜାର ୬୧୩ ଟଙ୍କା, କନକପଲ୍ଲୀ ଗାଁର ଆର.ଡ଼ି ୪୦୭୦ମିଟରରୁ ଆର.ଡ଼ି ୫୧୦୦ ମିଟର ପର୍ଯ୍ୟନ୍ତ ୧୭ଲକ୍ଷ ୬୨ହଜାର ୬୬୧ ଟଙ୍କା, ରାଜରାଜେଶ୍ୱରପଲ୍ଲୀ ଗାଁର ଆର.ଡ଼ି ୪୪୮୬ମିଟରରୁ ଆର.ଡ଼ି ୪୫୭୦ମିଟର ପର୍ଯ୍ୟନ୍ତ ୪୦ଲକ୍ଷ ୯୧ହଜାର ୪୩୮ ଟଙ୍କା ବ୍ୟୟ ଅଟ୍ଟକଳରେ ଏବଂ ରାଜରାଜେଚଶ୍ୱର ପଲ୍ଲୀର ଆରଡ଼ି ୪୪୮୬ମିଟରରୁ ଆରଡ଼ି ୪୪୦୦ ମିଟର ପର୍ଯ୍ୟନ୍ତ ୪୨ଲକ୍ଷ ୩୭ ହଜାର ୪୧୧ଟଙ୍କା ବ୍ୟୟ ଅଟ୍ଟକଳରେ ନଦୀର ଡ଼ାହାଣ ପାଶ୍ୱର୍ ବନ୍ଧ ସୁରକ୍ଷା ନିମନ୍ତେ ବନ୍ଧ କୂଳରେ ପଥର ପ୍ୟାକିଂ କାର୍ଯ୍ୟ ଆରମ୍ଭ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ୪ଜଣ ଠିକାଦାରଙ୍କ ଦ୍ୱାରା ଏସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ବୋଲି ବିଭାଗୀୟ ତଥ୍ୟ କହୁଛି । କିନ୍ତୁ ଉକ୍ତ ପଥରପ୍ୟାକିଂ କାର୍ଯ୍ୟର ମାନକୁ ଦେଖିଲେ ଏଥିରେ ବଡ଼ ଧରଣର ଘୋଟାଲା ହୋଇଛି ବୋଲି ଯେକେହିବ କହିବ । କାରଣ ନଦୀର ମାଟି ବନ୍ଧ ପାଶ୍ୱର୍ରେ ପଥର ଖଣ୍ଡକୁ ଠିକ ଭାବେ ପ୍ୟାକିଂ ନକରି କେବଳ ଖାଲି ମାଟି ଉପରେ ପକାଇ ଦିଆଯାଇଛି ।
ଅର୍ଥାତ୍ ନିୟମାନୁଯାୟୀ ଯେପରି ଭାବରେ ପଥର ପ୍ୟାକିଂ ହେବା କଥା ସେପରି କରାଯାଇ ନାହିଁ । ଫଳରେ ନଦୀଉପକୂଳବର୍ତୀ ଅଂଚଳବାସୀ ଏହି ପଥରପ୍ୟାକିଂ ଦ୍ୱାରା ଆଦୌ ଉପକୃତ ହୋଇ ପାରି ନାହାନ୍ତି । ବରଂ ଆଗାମୀ ବର୍ଷା ଋତୁରେ ସେମାନଙ୍କ ପାଇଁ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବିପଦକୁ ନେଇ ସେମାନେ ଆଶା ଓ ଆଶଙ୍କାରେ ରହିଛନ୍ତି । କରଣପଲ୍ଲୀ ଗ୍ରାମର ମହେଶ୍ୱର ଗିରିଙ୍କ ଅଭିଯୋଗ ଅନୁଯାୟୀ ଏଷ୍ଟିମେଟ ଅନୁଯାୟୀ ବନ୍ଧରେ ପଥର ପ୍ୟାକିଂ କାର୍ଯ୍ୟ କରାଯାଇନଥିବା ବେଳେ ବୈଷୟିକ ମାନ ପ୍ରତି ବିଭାଗୀୟ ଅଧିକାରୀମାନେ ଠିକ ଭାବେ ଦୃଷ୍ଟି ଦେଇ ନାହାନ୍ତି । କେବଳ ଧର୍ମକୁ ଆଖି ଠାର ସଦୃଶ କାଗଜପତ୍ରରେ ସବୁ କିଛି ଠିକ୍ ଠାକ କାର୍ଯ୍ୟ ସମ୍ପାଦନ ହୋଇଥିବା ସେ ଅଭିିଯୋଗ କରିଛନ୍ତି । ସେହିପରି ନିମ୍ନମାନର କାର୍ଯ୍ୟ ଜାଣି ମଧ୍ୟ କାଳେ ଠିକାଦାର କାର୍ଯ୍ୟ ବନ୍ଦ କରି ପଳାଇବେ ସେହି କାରଣରୁ ଆମେ ବିରୋଧ କରିପାରିଲୁ ନାହିଁ କହିଛନ୍ତି ଅନ୍ୟଜଣେ ଗ୍ରାମବାସୀ ନିମାଇଁ ଚରଣ ଗିରି । ଅନୁରୂପ କାର୍ଯ୍ୟ ଚାଲିଥିବା ସମୟରେ ବିଭାଗୀୟ ଅଧିକାରୀମାନେ ଆଦୌ ଘଟଣାସ୍ଥଳକୁ ଆସିନଥିବା ଉକ୍ତ ଗ୍ରାମର ସୁବିମହଲ ଗିରି କହିଛନ୍ତି । ତେବେ ଏହି ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ଭିଜିଲାନ୍ସ ତଦନ୍ତ ପାଇଁ ସଂପୃକ୍ତ ଅଂଚଳବାସୀ ଦାବି କରିଛନ୍ତି ।