Connect with us

ଓଡିଶା

ବାଇକ୍ ଅଟକାଇ ପେଟ୍ରୋଲ ପକାଇ ପୋଡିବା ଘଟଣା : ଜଣେ ଗିରଫ

ସାଙ୍କେତିକ

ବାଇକ୍ ଅଟକାଇ ପେଟ୍ରୋଲ ପକାଇ ପୋଡିବା ଘଟଣା : ଜଣେ ଗିରଫ
ଅଭିଯୁକ୍ତ ନାବାଳକ ବାଳ ସୁଧାର ଗୃହକୁ ଗଲା
କନ୍ଧମାଳ, ୪ ଜୁନ୍ – ଗତ ୨୯ ତାରିଖରେ ମାଧପୁର ଘାଟିରେ ଦୁଇଜଣ ବାଇକ୍ ଆରୋହୀଙ୍କୁ ଅଟକାଇ ସେମାନଙ୍କ ମଧ୍ୟରୁ ଜଣକର ଦେହରେ ପେଟ୍ରୋଲ ପକାଇ ନିଆଁ ଲଗାଇବା ମାମଲାରେ କନ୍ଧମାଳ ଜିଲା ଖଜୁରିପଡା ଥାନା ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣେ ୧୭ ବର୍ଷିୟ ନାବାଳକ ଥିବା ଜଣାପଡିଛି । ସାବାଳକ ଜଣକ ଖଜୁରିପଡା ଥାନା ଅନ୍ତର୍ଗତ ସୁରାଦେଇ ଗ୍ରାମର ସିମାଂଚଳ ବାରିକ ଓରଫ ସିପୁନ(୧୯) ବୋଲି ଜଣାପଡିଛି ।
ଖଜୁରିପଡା ଥାନା ପୁଲିସ ସେମାନଙ୍କୁ ଅଟକ ରଖି ପଚରା ଉଚୁରା କରିବା ପରେ ଜାଣିପାରିଲା।

ଗତ ୨୯ ତାରିଖ ଦିନ ଖଜୁରିପଡା ବଜାରରେ କେହି ଜଣେ ଏହି ଦୁଇ ଜଣଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ବାଇକରେ ଚାଲିଗଲା । ଏହି ଦୁଇଜଣ ଅଭିଯୁକ୍ତ ସେମାନଙ୍କୁ ପିଛା କରି ଗୋଡାଇବା ପରେ ଗାଡିଆପଡା ଘାଟିରେ ନିଜ କାମ ସାରି ସ୍ପନ୍ଦନ ଫାଇନାନ୍ସ କମ୍ପାନୀର ଶାଖା ପରିଚାଳକ ରଞ୍ଜିତ କୁମାର ବେହେରା ଓ ତାଙ୍କ ସହକର୍ମୀ ଉମାକାନ୍ତ ଦୀପଙ୍କୁ ବାଇକରେ ଯାଉଥିବା ଦେଖି ଅଭିଯୁକ୍ତମାନେ ସେମାନଙ୍କୁ ଗାଳି ଦେଇଥିବା ଲୋକ ଭାବି ଅତର୍କିତ ଭାବରେ ଠେଙ୍ଗାରେ ଆକ୍ରମଣ କରିବା ସହିତ ରଞ୍ଜିତଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଫଳରେ ରଞ୍ଜିତ ଗୁରୁତର ଭାବେ ପୋଡିଯାଇ ପ୍ରଥମେ ଫୁଲବାଣୀ ଏବଂ ପରେ ଭୁବନେଶ୍ୱରକୁ ଯାଇ ଚିକିତ୍ସିତ ହୋଇଥିଲେ ।

ଏହି ଘଟଣା ପରେ ଉମାକାନ୍ତ ଖଜୁରିପଡା ଥାନାରେ ଅଭିଯୋଗ କରିବାରୁ ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ୪୯/୧୯ ଓ ଦଫା ୩୪୧, ୩୨୬, ୩୨୩ ଏବଂ ୩୪ ଧାରାରେ ରୁଜ୍ଜୁ କରି ଅଭିଯୁକ୍ତ ମାନଙ୍କୁ ଖୋଜୁଥିଲା । ତଦନ୍ତ ପରେ ପୋଲିସ ଦୁହିଁଙ୍କୁ ଧରିଥିଲା । ସାବାଳକ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ବେଳେ ନାବାଳକ ଅଭିଯୁକ୍ତକୁ ବାଳ ସୁଧାର ଗୃହକୁ ପଠାଯାଇଥିବା ନେଇ ଖଜୁରିପଡା ଥାନା ଅଧିକାରୀ ଅନିତା କିଡୋଙ୍କ ସୂତ୍ରରୁ ପ୍ରକାଶ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା