ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ : ୪ ଗିରଫ, ଜଣେ ଚମ୍ପଟ
ଜୀବନ୍ତ ଗୁଳି ଜବତ
ଜୟପୁର, ୪ ଜୁନ୍ – ଜୟପୁର ଜୟନଗରେ ଏଟିଏମ ଲୁଟ୍ ଉଦ୍ୟମ କରୁଥିବା ବେଳେ ପୋଲିସକୁ ଦେଖି ଦୁର୍ବୃତମାନେ ପୋଲିସ ଉପରକୁ ଗୁଳି ଚଳନା କରିଛନ୍ତି ।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ରାତି ପ୍ରାୟ ସାଢେ ୨ଟା ସମୟରେ ଜୟପୁର ଟାଉନ ପୋଲିସ ପେଟ୍ରୋଲଂ କରୁଥିବା ବେଳେ ୫ ଜଣ ଦୁର୍ବୃତ ଜୟନଗର ଠାରେ ଥିବା ଷ୍ଟେଟ ବ୍ୟାଙ୍କର ଏଟିଏମ ଲୁଟ୍ ଉଦ୍ୟମ କରୁଥିଲେ । ପୋଲିସକୁ ଦେଖି ଦୁର୍ବୃତ ମାନେ ଘଟଣାସ୍ଥଳରେ ୨ ରାଉଣ୍ଡ ଗୁଳି ଚାଳନା କରିଥିଲେ । ତେବେ ଏହି ଗୁଳି ଚାଳନାରେ କେହି ମୃତାହତ ହୋଇ ନଥିବା ବେଳେ ପୋଲିସ ଘଟଣାସ୍ଥଳରୁ ୭ ଏମଏମର ଜୀବନ୍ତ ଗୁଳିକୁ ଜବତ କରିଛି । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଗଣେଷ ପୁଜାରୀ(୨୧), କେ. ନାଗାର୍ଜୁନ(୨୬), ଅଜୟ ନାଗ (୨୧) ଓ ଦୈତାରି ସାଗର(୨୪) । ଏମାନଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଅପରାଧୀ ଗୁଳି ଚାଳନା କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଆଜି ପୋଲିସ ସୂଚନା ଦେଇଛି । ଗିରଫ ଅପରାଧୀଙ୍କ ଠାରୁ ପୋଲିସ ସାବଳ, ଲୁହା ରଡ ଆଦି ଜବତ କରିଛି । ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବିଷୟ ଏକ ସାମ୍ବାଦିକ ସମ୍ମିଳନିରେ ଏସଡିପିଓ ସାଗରିକା ନାଥ ପ୍ରକାଶ କରିଛନ୍ତି ।
ଓଡିଶା
ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ : ୪ ଗିରଫ, ଜଣେ ଚମ୍ପଟ
More in ଓଡିଶା
-
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨 ଭୁବନେଶ୍ୱର :- 22-12- ସ୍ଥାନୀୟ ବଡ଼ଗଡ଼ ଅଂଚଳରୁ ଦୁଇ...
-
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ ଭୁବନେଶ୍ୱର, ୧୬ ଫେବୃୟାରୀ – ବହୁଚର୍ଚ୍ଚିତ କଳ୍ପନା...
-
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ ଭୁବନେଶ୍ୱର, ୧୬ ଫେବୃୟାରୀ – ଯୁବତୀଙ୍କୁ କମେଂଟ...
-
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ ଭୁବନେଶ୍ୱର, ୧୦ ଫେବୃଆରୀ – ବ୍ରହ୍ମପୁରରେ ଗତକାଲି ବସ୍ ରେ...