୫୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଠକିଥିବା ମହିଳା ଓ ତାଙ୍କ ପୁଲିସ୍ ସ୍ୱାମୀଙ୍କ ଗିରଫ ଦାବି
ଜମାକାରୀ ମହିଳା ଓ ପୁରୁଷଙ୍କ ପକ୍ଷରୁ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
ଭଦ୍ରକ, ୨୯ ମଇ – ବିଟି କଏନ୍ (ଓକ୍ଟାମାଇନସ୍) ନାମକ ଏକ ଚିଟ୍ଫଣ୍ଡ ମାଧ୍ୟମରେ ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିନେଇଥିବା ଜନୈକ କାର୍ଯ୍ୟରତ ପୁଲିସ୍ କର୍ମଚାରୀଙ୍କ ପତ୍ନୀ ତାଙ୍କ ସ୍ୱାମୀ ଓ ସେହି ସଂସ୍ଥାର କେତେକ କର୍ମଚାରୀଙ୍କୁ ଗିରଫ କରିବା ଦାବିନେଇ ପୂର୍ବ ଘୋଷଣା ମତେ ଆଜି ଠକାମୀର ଶୀକାର ହୋଇଥିବା ବହୁ ମହିଳା ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିବା ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଆଖି ଆଗରେ ରଖି ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ ନିଜେ ଏକ ଟିମ୍ ମାଧ୍ୟମରେ କ୍ଷେତ୍ରୀୟ ତଦନ୍ତ କରି ଆସନ୍ତା ୩ ତାରିଖ ସୁଦ୍ଧା ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେବା ପରେ ଏହି ଗଣଧାରଣା ପ୍ରତ୍ୟାହୃତ ହୋଇଛି ।
ଏହି ଗଣଧାରଣାର ନେତୃତ୍ୱ ନେଉଥିବା ଭଦ୍ରକ ଚାଷୀ ମୂଲିଆ ସଂଘର ସଭାପତି ସୁଶାନ୍ତ ଜେନାଙ୍କ ସମେତ ଗୀତାଞ୍ଜଳି ଜେନା, ଅମିତାରାଣୀ ରାଉତ, ହସିନା ଖାତୁନ, ବାସନ୍ତୀ ଜିନା, ପ୍ରମିଳା ଜିନା, ମହେଶ୍ୱର ପୃଷ୍ଟି, ରାଜେନ୍ଦ୍ର ବେହେରା, ନିଶିପଦ୍ମା ମହାରଣା, ଚନ୍ଦ୍ରକାନ୍ତ ପତି, ମେହେରୁନ୍ ନିଶା ପ୍ରମୁଖ ବହୁ ମହିଳା ଓ ପୁରୁଷ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ଦେଶ୍ୟରେ ଦେଇଥିବା ଅଭିଯୋଗ ପତ୍ର ମୂଳେ ଭଦ୍ରକ ସହରା ଳ ଥାନାରେ ଏଏସ୍ଆଇ ଭାବେ କାର୍ଯ୍ୟ କରୁଥିବା ସନ୍ତୋଷ ନାୟକଙ୍କ ପତ୍ନୀ ଶକୁନ୍ତଳା ସାହୁ ଓରଫ ସିଲି ନାୟକ ବିଟିକଏନ୍ (ଓକ୍ଟାମାଇନସ) ନାମକ ଏକ ଚିଟ୍ଫଣ୍ଡ ସଂସ୍ଥା ଜରିଆରେ ସେମାନଙ୍କ ଭଳି ବହୁ ଜମାକାରୀଙ୍କୁ ଫସାଇ ୫୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ନେଇଥିଲେ । ଏପରିକି ଏମାନଙ୍କ ମଧ୍ୟରୁ କେତେକଙ୍କୁ ଚାକିରୀ କରାଇଦେବାର ମଧ୍ୟ ପ୍ରଲୋଭନ ଦେଇଥିବା ବିଷୟ ସହରାଂଚଳ ଥାନାରେ ଅଭିଯୋଗ ରହିଛି ।
ତେବେ ଶ୍ରୀମତୀ ସାହୁ ଜଣେ ପୁଲିସ୍ କର୍ମଚାରୀଙ୍କ ପତ୍ନୀ ହୋଇଥିବାରୁ ଟଙ୍କା ମାଗୁଥିବା ଜମାକାରୀମାନଙ୍କୁ ନିଜ ସ୍ୱାମୀଙ୍କ ମାଧ୍ୟମରେ ଅଶ୍ଳୀଳ ଭାଷା ପ୍ରୟୋଗ ପୂର୍ବକ ବନ୍ଧୁକ ଦ୍ୱାରା ଭୟଭୀତ କରାଯିବା ସହ ଟଣାଘୋଷରା, ହତ୍ୟା ଧମକ ଦେଇଥିବା ଭଳି ଗୁରୁତର ଅଭିଯୋଗ ଗ୍ରାମା ଳ ଥାନାରେ ହୋଇଥିଲା । ମାତ୍ର ଗତ ୧୬ ତାରିଖରୁ ଗ୍ରାମା ଳ ଥାନାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କ ସମେତ ତାଙ୍କର ସହଯୋଗୀ ବ୍ରଜସୁନ୍ଦର ମିଶ୍ର, ପ୍ରତାପ କୁମାର ବେହେରା ପ୍ରମୁଖଙ୍କୁ ଗିରଫ କରିବା ପରିବର୍ତେ ପୁଲିସ୍ ଘ ଘୋଡାଉ ଥିବାର ଅଭିଯୋଗ ହୋଇଛି । ଏଣୁ ଜଣେ ପୁଲିସ୍ କର୍ମଚାରୀ ପୋଷାକରେ ଥାଇ ନିଜ ସ୍ତ୍ରୀକୁ ଲଗାଇ ସାଧାରଣ ଲୋକଙ୍କ ଠାରୁ ମିଛ କହି ଟଙ୍କା ହଡପ କରିବା ଏବଂ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ କଲେ ମୋବାଇଲ୍ ଫୋନ୍ରେ ହତ୍ୟା ଧମକ ଶୁଣିବା କେତେଦୂର ନ୍ୟାୟ ସଂଗତ ବୋଲି ଅଭିଯୋଗକାରୀମାନେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ପ୍ରଶ୍ନ ଅଭିଯୋଗ କରିଛନ୍ତି । ଏବଂ ଏଭଳି ଏକ ବ୍ୟକ୍ତିଙ୍କୁ ପୁଲିସ୍ ବିଭାଗରେ ରଖିଲେ ତାଙ୍କ ଉପରୁ ସାଧାରଣ ଲୋକଙ୍କ ଭରସା ତୁଟିଯିବ ବୋଲି ଦର୍ଶାଇଛନ୍ତି ।
ତେବେ ବ୍ରଜ ସୁନ୍ଦର ମିଶ୍ର ଓ ପ୍ରତାପ କୁମାର ବେହେରା ଏବେ ଫେରାର ଥିବାରୁ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡିତ ନିଜେ ଘଟଣାର ତଦନ୍ତ ଭାର ଗ୍ରହଣ କରିଥିବାରୁ ଜମାକାରୀଙ୍କ ମଧ୍ୟରେ ନ୍ୟାୟ ପାଇବା ନେଇ ଆଶା ସଂଚାର ହୋଇଛି ।