Connect with us

ଓଡିଶା

ନିଶା ପ୍ରସାର ଅପରାଧକୁ ପ୍ରୋତ୍ସାହିତ କରୁଛି : ନିରଞ୍ଜନ

ସାଙ୍କେତିକ

ନିଶା ପ୍ରସାର ଅପରାଧକୁ ପ୍ରୋତ୍ସାହିତ କରୁଛି : ନିରଞ୍ଜନ
ଭୁବନେଶ୍ୱର,୨୦ ଅପ୍ରେଲ – ରାଜ୍ୟର ପ୍ରତି ଗାଁରେ ଅବାଧରେ ନିଶା କାରବାର ଚାଲିଛି । ସରକାର ମଦ ବ୍ୟବସାୟକୁ ପ୍ରୋତ୍ସାହିତ କରୁଛନ୍ତି । ଫଳରେ ସାମାଜିକ ବିଶୃଙ୍ଖଳା ଏବଂ ଅପରାଧ ବଢିବାରେ ଲାଗିଛି । ଅନ୍ୟପକ୍ଷରେ ଅପରାଧ ନିୟନ୍ତ୍ରଣ ଦିଗରେ ପୋଲିସ ପ୍ରଶାସନ ସ୍ଥାଣୁ ପାଲଟିଛି । ନିର୍ବାଚନ ସମୟରେ ମଧ୍ୟ ନିଶା କାରବାରକୁ ରୋକିବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
ଏକ ବିବୃତିରେ ସେ କହିଛନ୍ତି ଯେ ଉଭୟ ବିଜେପି ଏବଂ ବିଜେଡି ଅପରାଧୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ଚଳିତ ନିର୍ବାଚନ ସମୟରେ ନିର୍ବାଚନ ପରିଚାଳନାରେ ନିୟୋଜିତ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସାଧାରଣଲୋକ ନିଜକୁ ନିରାପଦ ମନେ କରୁନାହାନ୍ତି । ଇତିମଧ୍ୟରେ ରାଜ୍ୟରେ ଏକାଧିକ ନିର୍ବାଚନୀ ହିସଂକାଣ୍ଡ ଘଟିସାରିଛି । ଆଗକୁ ଦୁଇ ପର୍ଯ୍ୟାୟ ନିର୍ବାଚନ ବାକିଥିବାବେଳେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଏଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ସେ ନିବେଦନ କରିଛନ୍ତି ।

ଏଥିସହିତ ପିସିସି ସଭାପତି କହିଛନ୍ତି ଯେ ବିଜେଡି ଓ ବିଜେପି ଭୋଟରମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭୋଟ ମାଗିବାରେ ଲାଗିଛନ୍ତି । ଏବେ ସେମାନେ ଯେଉଁଭଳି ଲୋଭନୀୟ ପ୍ରତିଶ୍ରୁତି ଦେଉଛନ୍ତି, ତାହା ଆଗରୁ କାହିଁକି କରାଯାଉନଥିଲା ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି । ଏହି ଦୁଇଦଳ ସେମାନଙ୍କର ସମସ୍ତ ନୀତି ଆଦର୍ଶକୁ ଜଳାଞ୍ଜଳି ଦେଇ କ୍ଷମତା ଦଖଲ କରିବାକୁ ଚାହୁଛନ୍ତି । ଜନସାଧାରଣ ଚଳିତ ନିର୍ବାଚନରେ ବିବେକବନ୍ତ ଭାବରେ ସେମାନଙ୍କର ଲୋକ ପ୍ରତିନିଧି ବାଛିବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା