Connect with us

ଓଡିଶା

ନାବାଳିକାକୁ ବଳାତ୍କାର ପରେ ହତ୍ୟା ଉଦ୍ୟମ, ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର : ସାଇଂଟିଫିକ୍ ଟିମ୍ ଦ୍ୱାରା ତଦନ୍ତ

ସାଙ୍କେତିକ

ନାବାଳିକାକୁ ବଳାତ୍କାର ପରେ ହତ୍ୟା ଉଦ୍ୟମ, ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର : ସାଇଂଟିଫିକ୍ ଟିମ୍ ଦ୍ୱାରା ତଦନ୍ତ
ଭଦ୍ରକ,୧୮ ଅପ୍ରେଲ – ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବାଣିତିଆ ପଂଚାୟତର ନିକଟ ନାଲଗେରା ଗ୍ରାମର ଜଣେ ଷଷ୍ଠ ଶ୍ରେଣୀର ନାବାଳିକାକୁ ବଳାତ୍କାର ପରେ ହତ୍ୟା ଉଦ୍ୟମ କରାଯାଇଛି । ଗ୍ରାମାଞ୍ଚଳ ପୁଲିସ ଏହି ଘଟଣାର ଅଭିଯୁକ୍ତ କୁହାଯାଉଥିବା ସେହି ଗାଁର ଗଗନ ବେହେରା(୫୫)ଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଗୁରୁତର ଅବସ୍ଥାରେ ନାବାଳିକା ଜଣକ କଟକରେ ଚିକିତ୍ସାଧିନ ରହିଛି ।

ନାବାଳିକା ଜଣକ ଗତକାଲି ଘର ପାଖ ସ୍କୁଲକୁ ପଢିବାକୁ ଯାଇଥିଲା । ଦିନରେ ସ୍କୁଲ ଛୁଟି ହେବା ପରେ ଘରକୁ ଫେରୁଥିବା ସମୟରେ ଗଗନ ନାବାଳିକାକୁ ଜବରଦସ୍ତି ନିକଟସ୍ଥ ଜଙ୍ଗଲକୁ ନେଇଯାଇ ସେଠାରେ ହାତ ଓ ମୁହଁକୁ ଏକ ଲୁଗାରେ ବାନ୍ଧି ଗଛରେ ବାନ୍ଧି ଦେଇ କେଉଁଆଡେ ଫେରାର ହୋଇଯାଇଥିଲା । ସନ୍ଧ୍ୟାରେ ଗଗନ ନାବାଳିକା ନିକଟରେ ପହଂଚି ବଳାତ୍କାର କରିବା ପରେ ପଥରରେ ଛେଚି ରକ୍ତାକ୍ତ କରିଦେଇଥିଲା । ନାବାଳିକା ଅଚେତ ହେବା ତାହାର ମୃତ୍ୟୁ ହୋଇଯାଇଛି ଅନୁମାନ କରି ଗାଁ ନିକଟସ୍ଥ ଏକ କେନାଲ ହିଡ ପାଖରେ ଫିଙ୍ଗି ଦେଇ ପଳାଇ ଆସିଯାଇଥିଲା । ନାବାଳିକାଙ୍କ ପରିବାର ଲୋକ ଆଜି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବା ସମୟରେ କେନାଲ ନିକଟରେ ଝିଅର କ୍ଷତାକ୍ତ ଶରୀର ଅଚେତ ଅବସ୍ଥାରେ ପଡିଥିବା ଖବର ପାଇ ସେଠାରୁ ତାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ୫ ଜଣିଆ ଡାକ୍ତରୀ ଟିମ୍ ର ଚିକିତ୍ସା ପରେ ନାବାଳିକା ଜଣକଙ୍କ ଚେତା ଫେରିଥିଲା ।

ଅତିରିକ୍ତ ଏସ୍ପି କୈଳାସ ଚନ୍ଦ୍ର ପରିଡା, ଏସ୍ଡିପିଓ ଜଳନ୍ଧର ଜାଲି, ଗ୍ରାମାଞ୍ଚଳ ଥାନାଧିକାରୀ ଦୟାନିଧି ଦାସ, ଟାଉନ ଥାନାଧିକାରୀ ସରୋଜିନୀ ସିଂ ମେଡିକାଲରେ ପହଂଚି ଘଟଣାର ତଦନ୍ତ କରିଥିଲେ । ଅତିରିକ୍ତ ଏସ୍ପି ଓ ମହିଳା ଡାକ୍ତରଙ୍କ ଉପସ୍ଥିତିରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସନ୍ଧ୍ୟାରେ ଏସ୍ପି ରାଜେଶ ପଣ୍ଡିତ, ଗ୍ରାମାଞ୍ଚଳ ଥାନାଧିକାରୀ ଦାସ ସାଇଣ୍ଟଫିକ୍ ଟିମ୍ ସହ ଘଟଣା ସ୍ଥଳ, ପୀଡିତାଙ୍କ ଘର, କେନାଲ ନିକଟରେ ପହଞ୍ଚି ତଦନ୍ତ କରିଛନ୍ତି । ଏନେଇ ଥାନାରେ ଏକ ମାମଲା ନଂ ୧୮୧/୧୯ ରୁଜୁ କରାଯାଇ ତଦନ୍ତ ଜାରି ରହିଛିି । ଅନ୍ୟପକ୍ଷରେ ଗରିଫ ଗଗନକୁ ପଚରା ଉଚୁରା ଜାରି ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା