Connect with us

ଓଡିଶା

ନାବାଳିକାକୁ ଦୁର୍ଷ୍କମ ପରେ ହତ୍ୟା ଅଭିଯୋଗ

ସାଙ୍କେତିକ

ନାବାଳିକାକୁ ଦୁର୍ଷ୍କମ ପରେ ହତ୍ୟା ଅଭିଯୋଗ
ହତ୍ୟାକାରୀକୁ କଠୋର ଦଣ୍ଡ ବିଧାନ ଦାବିରେ ଜଟଣୀ ଥାନା ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ
ଅବରୋଧ ହଟାଇବା ପାଇଁ ପୋଲିସ ଫୋର୍ସ ମୁତୟନ
ଖୋର୍ଦ୍ଧା, ୧୨ ଅପ୍ରେଲ – ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ ମୁଣ୍ଡିଆ ସାହିରେ ଗୁରୁବାର ରାତିରେ ଜଣେ କୋମଳମତୀ ଶିଶୁକୁ ଦୁର୍ଷ୍କମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଆଜି ସେଠାରେ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା ।
ସୂଚନା ମୁତାବକ, ଗଞ୍ଜାମ ଜିଲା ବୁଗୁଡା ଅଂଚଳର ଆନନ୍ଦ ପ୍ରଧାନ କିଛି ଦିନ ହେବ ଜଟଣୀରେ ରହି ମୂଲିଆ କାମ କରି ଆସୁଥିଲେ । ଗତକାଲି ରାତିରେ ଆନନ୍ଦ ନାବାଳିକା ଜଣକୁ ପ୍ରଲୋଭିତ କରାଇ ନିଜ ଭଡ଼ା ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲା । ପରେ ନାବାଳିକା ଜଣକ ଘଟଣା ସମ୍ପର୍କରେ କାହାରିକୁ କହିଦେବା ପୂର୍ବରୁ ଆନନ୍ଦ ନାବାଳିକା ଜଣକୁ ହତ୍ୟା କରି ଘରେ ଥିବା ଗନ୍ଥାରେ ଗୁଡାଇ ଘର ମଧ୍ୟରେ ରଖିଥିଲା । ତେବେ ନାବାଳିକା ଜଣକୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ । ଏପରିକି ଗାଁ ଲୋକେ ମଧ୍ୟ ଖୋଜିଥିଲେ । ମାତ୍ର ନାବାଳିକାକୁ ନପାଇ ସନ୍ଦେହରେ ଆନନ୍ଦ ରହୁଥିବା ଭଡ଼ା ଘରର ସ୍କାଇ ଲାଇଟ ଭାଙ୍ଗି ଗନ୍ଥାରେ ଘୋଡାଯାଇଥିବା ମୃତ ନାବାଳିକାର ଶବକୁ ଉଦ୍ଧାର କରିଥିଲେ । ହେଲେ ହତ୍ୟା ପରେ ଆନନ୍ଦ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଆନନ୍ଦକୁ କାବୁ କରି ନିସ୍ତୁକ ମାଡ ମାରବା ସହିତ ଜଟଣୀ ପୋଲିସର ଜିମା ଦେଇଥିଲେ ।

ତେବେ ଅଭିଯୁକ୍ତ ଆନନ୍ଦର ଅବସ୍ଥା ଗୁରୁତର ଥିବାରୁ ଜଟଣୀ ପୋଲିସ ତାକୁ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲା । ଏନେଇ ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ଜଟଣୀ ଥାନା ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଫଳରେ ଘଟଣାସ୍ଥଳ ଏକ ପ୍ରକାର ଅଶାନ୍ତ ହୋଇପଡିଥିଲା । ତେବେ ଏହି ଅଶାନ୍ତ ପରିବେଶକୁ ଶାନ୍ତ କରିବା ପାଇଁ ସେଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଉତ୍ୟକ୍ତ ଲୋକଙ୍କୁ ଥାନା ଅଧିକାରୀ ବିଶ୍ୱ ରଞ୍ଜନ ସାହୁ ବୁଝା ଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିବା ସହ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧରୁ ହଟିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା