Connect with us

ଓଡିଶା

ହଜାର ହଜାର ଟନ ଲୁହାପଥର ଚୋରା ଚାଲାଣ, ସମସ୍ତେ ନୀରବ

ସାଙ୍କେତିକ

ହଜାର ହଜାର ଟନ ଲୁହାପଥର ଚୋରା ଚାଲାଣ, ସମସ୍ତେ ନୀରବ
ରାଉରକେଲା – କୋଇଡାରୁ ବିଭିନ୍ନ ଖଣିରୁ ପ୍ରତିଦିନ ହଜାର ହଜାର ଟନ ଚୋରା ଲୁହାପଥର ରାଉରକେଲା ଦେଇ ବିଭିନ୍ନ ଯାଗାକୁ ଚାଲାଣ ଖୋଲାଖୋଲି ଚାଲିଥିଲେ ବି ଉଭୟୃ କୋଇଡା ଓ ରାଉରକେଲା ଖଣିବିଭାଗ ପୁରା ଚୁପ ।ନିକଟରେ ଖଣି ବେପାରରେ କିଛିଟା ବୁମ ଆସିବା ପରେ ଏହାକୁ ନେଇ ସ୍ପଂଜ କାରାଖାନା ଗୁଡିକ ରାତିଦିନ ଚାଲିବା ଆରମ୍ଭ ହୋଇଛି । ତେଣୁ ଏହାର ସୁଯୋଗ ନେଇ ପୁରୁଣା ଖଣିଚୋରମାନେ ତତ୍ପର ହୋଇ ଉଠିବା ସହ କିଛି ଖଣି ମାଲିକଙ୍କ ସହ ମିଶି ରାଉରକେଲାରେ ରହିଥିବା କିଛି ପରିବହନ ସଂସ୍ଥା ମିଶି ଏଭଳି ଲୁଟ ଆରମ୍ଭ କରି ଦେଇଛନ୍ତି ।
ଏହା ଦ୍ୱାରା ପ୍ରତିଦିନ ପ୍ରାୟ ୨୫ହଜାର ଟନ ଚୋରା ଲୁହା ପଥର ବିଭିନ୍ନ ଟ୍ରକ ଡମ୍ଫରରେ ଚାଲାଣ ହୋଇଚାଲିଛି ବୋଲି ଖବର ମିଳିଛି । ଏଭଳି ଚୋରା ଚାଲାଣ କେବଳ କୋଇଡା ଅଂଚଳରୁ ହେଉଥିବା ଖବର ମିଳିଛି । ବିଳମ୍ବିତ ରାତିଯାଏ ଏହି ଚୋରା ଲୁହାପଥର ରିଜର୍ଭ ଫରେଷ୍ଟ ଏରିଆରୁ ଖୋଳା ଜିବା ସହ ଏହାର ପରିବହନ ଲାଗି ଶହ ଶହ ଟ୍ରକ ମଧ୍ୟ ଚାହିଁ ରହୁଛନ୍ତି । ଏଗୁଡିକୁ ବୋଝେଇ ପରେ ରାଉରକେଲା, ବୀରମିତ୍ରପୁର, କୁଆଁରମୁଣ୍ଡା, ବଣେଇ, ଲହୁଣିପଡା ଅଂଚଳରେ ଥିବା ସ୍ପଂଜ କାରଖାନା ଗୁଡିକୁ ଚାଲାଣ କରାଯାଉଥିବା ଖବର ମିଳିଛି ।

କିଛି ପରିମାଣରେ ରାଜଗାଙ୍ଗପୁର ଓ ଝାରସୁଗୁଡା ଅଂଚଳକୁ ମଧ୍ୟ ଏହି ଚୋରା ଚାଲାଣ ହେଉଥିବା ଖବର ମିଳିଛି । ଠିକ କିଛି ବର୍ଷ ପୁର୍ବେ ଖଣି ଲୁଟ ଯେଉଁଭଳି ଭାବେ କରାଯାଇଥିଲା ସେହିଭଳି ରାସ୍ତାରେ ଲୁଟ ଆରମ୍ଭ ହୋଇଛି । ଏହା ଦ୍ୱାରା ରିଜର୍ଭ ଫରେଷ୍ଟ ରାତା ରାତି ସଫାହେବାରେ ଲାଗିଛି । ସକାଳୁ ତିଆରି ହୋଇଥିବା ରାସ୍ତା ମଧ୍ୟ ରାତିରେ ନଷ୍ଟ ହେଉଛି । ରାଜ୍ୟ ଓ କେନ୍ଦ୍ର ସରକାର ଯେଉଁ ସବୁ ଖଣିକୁ ଖୋଳିବା ଲାଗିି ଅନୁମତି ଦେଇଛନ୍ତି ସେ ଖଣି ଗୁଡିକୁ ଲାଗି ଅନେକ ଖଣି ଏରିଆ ରହିଛି, ଯାହାର ଲିଜ କାହାରିକୁ ମିଳିନାହିଁ । ତା ଛଡା ସେଗୁଡିକ ରିଜର୍ଭଫରେଷ୍ଟ ଏରିଆ ଭିତରେ ଆସୁଛି । କିନ୍ତୁ ଏସବୁ ପ୍ରତି କୋଇଡା ର ଖଣି ବିଭାଗ, ଜଂଗଲ ବିଭାଗ, ପୁଲିସ ଦୃଷ୍ଟି ଦେଉ ନଥିବା ବେଳେ ରାଉରକେଲା ବାବୁ ମାନେ ବି ଚୁପ । ଫଳରେ ଖଣି ଲୁଟର ପ୍ରକ୍ରିଆ ବେଶ ସୁରଖୁରରେ ଚାଲିଛି ।

ଗତ ୧୫ ଦିନ ଧରି ଏହି ଲୁଟ ପରିମାଣ ଏତେ ବଢିଛି ଯେ, ସେଥିଲାଗି ରାସ୍ତା ଜାମ ପରିମାଣ ବଢିଚାଲିଚି । ଏହିରାସ୍ତା ଜାମ ଲହୁଣି ପଡାରୁ ରାଉରକେଲା ଭିତରେ ଅଧିକ ହୋଇଚାଲିଛି । ଲୋକେ ହଇରାଣ ସାଙ୍ଗକୁ ମାତ୍ରାଧିକ ପରିମାଣର ମାଲ ପରିବହନ ଲାଗି ରାସ୍ତା ନଷ୍ଟ ହେବାରେ ଲାଗିଛି । ଜିଲ୍ଲାର ବଡ ବାବୁ ମାନେ ଏନେଇ ନୀରବ ରହିଥିବାରୁ ଏହି ଚୋରୀ ପରିମାଣ ଏତେ ବଢିଛି ଯେ, ଏହାକୁ ଦେଖା ନଗଲେ ଆଗାମୀ ଦିନରେ ଖଣି ଲୁଟ ନେଇ ଯେଉଁ କମିଶନ ଆସିଲେ ବି ଏହାକୁ ଆକଳନନ କରିବା କଷ୍ଟ କର ହେବ ।

ବିଗତ ଦିନର ଲୁଟ ନେଇ ସାହା କମିଶନ ଦେଇଥିବା ରିପୋର୍ଟ ଆଧାରରେ ହୋଇଥିବା ଫାଇନକୁ ଆଜି ଯାଏ ଖଣି ମାଲିକ ମାନେ ପଇଠ କରିପାରିଲେ ନାହିଁ । ତାକୁ ନେଇ ନାନା ରାଜନୀତି ଚାଲିବା ସହ କୋର୍ଟରେ ତାରିଖ ପରେ ତାରିଖ ଗଡୁଛି । ତେଣୁ ବର୍ତମାନ ସମୟ ଅଛି ମୁଲ୍ୟବାନ ସରକାରୀ ସଂପତି କିଛି ଚୋରଙ୍କ ହାତକୁ ଚାଲିଯାଇଥିବା ଆଗରୁ ରାଜ୍ୟ ଓ କେନ୍ଦ୍ର ସରକାର ଏନେଇ ଦୃଷ୍ଟି ଦେବା ଆବଶ୍ୟକ ହୋଇପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା