Connect with us

ଓଡିଶା

ମାଲବାହୀ ଟ୍ରେନ୍ ଇଞ୍ଜିନରେ ତୃଟି

ସାଙ୍କେତିକ

ମାଲବାହୀ ଟ୍ରେନ୍ ଇଞ୍ଜିନରେ ତୃଟି
ଦୀର୍ଘ ସମୟ ଅଟକି ରହିଲା ୩ଟି ପାସେଞ୍ଜର ଟ୍ରେନ
କଲ୍ୟାଣସିଂହପୁର, ୧୯ ଅପ୍ରେଲ – ରାୟଗଡ଼ା ଜିଲ୍ଲା କେଉଟଗୁଡ଼ା ଷ୍ଟେସନ ନିକଟରେ ଏକ କୋଇଲା ବୋଝେଇ ଟ୍ରେନ୍ ଇଞ୍ଜିନରେ ତୃଟି ଦେଖାଦେଇଥିଲା । ଫଳରେ ଆଜି ସକାଳ ୯ଟା ଠାରୁ ପ୍ରାୟ ୫ ଘଂଟା ଧରି ଟ୍ରେନ୍ ଟି ସେଠାରେ ଅଟକି ରହିଥିଲା । ଅନ୍ୟପକ୍ଷରେ ଲାଇନ କ୍ଲିଅର୍ ନଥିବା ଯୋଗୁଁ ବିଭିନ୍ନ ଷ୍ଟେସନରେ ୩ଟି ପାସେଞ୍ଜର ଟ୍ରେନ୍ ଅଟକି ରହିଥିଲା ।
କୋରାପୁଟ ଠାରୁ ବିଶାଖାପାଟଣା ଡିଏମୟୁ ଭାଲୁମୂଷ୍କା ଓ ରାଉରକେଲା ସମଲେଶ୍ୱରୀ ଟ୍ରେନ୍ ଶିକରାପାଇ ଠାରେ ଅଟକି ରହିଥିଲା । ସେହିପରି ବିଶାଖାପାଟଣାରୁ କୋରାପୁଟ ଅଭିମୁଖେ ଯାଉଥିବା ଡିଏମୟୁ ପାସେଞ୍ଜର ଟ୍ରେନ୍ କେଉଟଗୁଡ଼ା ଠାରେ ଅଟକି ରହିଥିଲା । ଦୀର୍ଘ ସମୟ ଧରି ଟ୍ରେନ୍ ଅଟକି ରହିବା ଯୋଗୁଁ ଯାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ମାଲବାହୀ ଟ୍ରେନ୍ ମରାମତି ପରେ ସମ୍ପୃକ୍ତ ରୁଟ୍ ରେ ରେଳ ଚଳାଚଳ ସ୍ୱାଭାବିକ୍ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା