Connect with us

ଓଡିଶା

କୁମ୍ଭୀରର ମୃତଦେହ ଉଦ୍ଧାର

ସାଙ୍କେତିକ

କୁମ୍ଭୀରର ମୃତଦେହ ଉଦ୍ଧାର
କେନ୍ଦ୍ରାପଡ଼ା, ୧୯ ଅପ୍ରେଲ – କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଲତର ଘାଟ ନିକଟରୁ ଏକ କୁମ୍ଭୀରର ମୃତଦେହ ଉଦ୍ଧାର କରାଯାଇଛି । ଖରସ୍ରୋତା ନଦୀ କୂଳରୁ ଏହି ମୃତଦେହ ମିଳିଥିଲା । ମୃତ କୁମ୍ଭୀରର ଲମ୍ବ ପ୍ରାୟ ୫ ଫୁଟ୍ ହେବ ।
ଆଜି ସକାଳେ ସ୍ଥାନୀୟ ଲୋକେ ପ୍ରଥମେ କୁମ୍ଭୀରର ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ । ସେମାନେ ଏ ସମ୍ପର୍କରେ ରାଜନଗର ସ୍ଥିତ ବନବିଭାଗ କାର୍ଯ୍ୟାଳୟକୁ ଖବର ଦେଇଥିଲେ ।

ସୂଚନା ପାଇ ବିଭାଗୀୟ ଅଧିକାରୀ ମାନେ ଘଟଣାସ୍ଥଳରେ ପହଂଚି କୁମ୍ଭୀରର ମୃତଦେହ ଉଦ୍ଧାର କରିବା ସହ ଏନେଇ ଅଧିକ ତଦନ୍ତ ଜାରୀ ରଖିଛନ୍ତି । ତେବେ କେଉଁ ପରିସ୍ଥିତିରେ କୁମ୍ଭୀରର ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା