Connect with us

ଓଡିଶା

ବାପାଙ୍କ ଦେହ ଅସୁସ୍ଥ କହି ନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ

ସାଙ୍କେତିକ

ବାପାଙ୍କ ଦେହ ଅସୁସ୍ଥ କହି ନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ
କନ୍ଧମାଳ,୨୦ସେପ୍ଟେମ୍ବର- କନ୍ଧମାଳ ବେଲଘର ଥାନା ଅନ୍ତର୍ଗତ ଲଙ୍କାଗଡ଼ ନିକଟସ୍ଥ ଗ୍ରାମର ଜଣେ ୧୭ ବର୍ଷୀୟ ନାବାଳିକାକୁ ଗର୍ଭବତୀ କରିଥିବା ମାମଲାରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ବେଲଘର ଥାନା ପୋଲିସ । କିଛି ଦିନ ତଳେ ଜଣେ ୧୭ ବର୍ଷିୟ ନାବାଳିକା ତାଙ୍କ ସମ୍ପର୍କିୟ ଭଉଣୀ ଘରକୁ ଯାଇଥିଲେ । ଲଙ୍କାଗଡ ପଚାଂୟତ ହାତିମୁଣ୍ଡା ଗ୍ରାମର ସନ୍ୟାସୀ ପାତ୍ର ନାମକ ଜଣେ ଯୁବକ ଉକ୍ତ ନାବାଳିକାକୁ ଭେଟି ତୁମ ବାପାଙ୍କ ଦେହ ବହୁତ ଖରାପ ଅଛି କହି ଘରକୁ ଫେରିବା ପାଇଁ କହିଥିଲା । ନିଜ ଘରକୁ ଯିବାପାଇଁ କୌଣସି ଗାଡି ନଥିବାରୁ ବାଧ୍ୟ ହୋଇ ନାବାଳିକା ସେହି ଯୁବକଙ୍କର ବାଇକରେ ବସି ଆସିଥିଲେ । ଘରକୁ ନେବା ବାଟରେ ଯୁବକ ଜଣକ ଜଙ୍ଗଲ ମଝିରେ ଏକ ନିଛାଟିଆ ସ୍ଥାନରେ ନାବାଳିକାକୁ ଦୁଷ୍କର୍ମ କରିଥିଲା । ଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତି କରି ବେଲଘର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି ୨୧/୧୯ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସନ୍ୟାସି ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା