ପାନ, ଗୁଟଖା ଖାଇ ୪ଜଣ ଜୋରିମାନା ଦେଲେ
ଆଜିଠାରୁ ଶ୍ରୀମନ୍ଦିରରେ ଲାଗୁ ହେଲା ଆଇନ
ପୁରୀ, ୦୧ ଅଗଷ୍ଟ – ଜୁଲାଇ ୨୯ ତାରିଖରେ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଅନୁଯାୟୀ ଆଜିଠାରୁ ଶ୍ରୀମନ୍ଦିର ଭିତରକୁ କୌଣସି ଭକ୍ତ, ସେବାୟତ, କର୍ମଚାରୀମାନେ ଗୁଟଖା ଖାଇ ଯାଇପାରିବେ ନାହିଁ ବୋଲି ଆଇନ ହୋଇଛି । ଆଜି ପ୍ରଥମ ଦିନରେ ୪ଜଣ ବ୍ୟକ୍ତି ପାନ ଗୁଟଖା ଖାଇ ଯାଇଥିବାରୁ ଧରା ହୋଇ ପ୍ରତ୍ୟେକ ୧ଶହ ଟଙ୍କା ଲେଖାଏଁ ଜୋରିମାନା ଦେଇଛନ୍ତି । ଶ୍ରୀମନ୍ଦିର ଭିତର ସ୍ୱଚ୍ଛତା ପାଇଁ ଏହି ବ୍ୟବସ୍ଥା ଲାଗୁ ହୋଇଛି । ଶ୍ରୀମନ୍ଦିରର ଚାରିଦ୍ୱାରରେ ବିଭିନ୍ନ ଭାଷାରେ ପାନ ଗୁଟଖା ଖାଇ ମନ୍ଦିରକୁ ଯିବା ମନା ସାଇନ ବୋର୍ଡ ମରାଯାଇଛି । ଏହା ସହ ସୂଚନା କେନ୍ଦ୍ର ଓ ମାଇକ ଦ୍ୱାରା ବିଭିନ୍ନ ଭାଷାରେ ପାନଗୁଟଖା ଖାଇ ଶ୍ରୀମନ୍ଦିରକୁ ନଯିବା ପାଇଁ ପ୍ରଚାର କରାଯାଉଛି । ଏହି କାର୍ଯ୍ୟରେ ସେବାୟତ ଓ ଜନସାଧାରଣ ସହଯୋଗ କରୁଛନ୍ତି ବୋଲି ଶ୍ରୀମନ୍ଦିର ଲୋକସଂପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ଗଣମାଧ୍ୟମକୁ ଜଣାଇଛନ୍ତି ।
ଓଡିଶା
ପାନ, ଗୁଟଖା ଖାଇ ୪ଜଣ ଜୋରିମାନା ଦେଲେ
More in ଓଡିଶା
-
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨 ଭୁବନେଶ୍ୱର :- 22-12- ସ୍ଥାନୀୟ ବଡ଼ଗଡ଼ ଅଂଚଳରୁ ଦୁଇ...
-
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ ଭୁବନେଶ୍ୱର, ୧୬ ଫେବୃୟାରୀ – ବହୁଚର୍ଚ୍ଚିତ କଳ୍ପନା...
-
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ ଭୁବନେଶ୍ୱର, ୧୬ ଫେବୃୟାରୀ – ଯୁବତୀଙ୍କୁ କମେଂଟ...
-
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ ଭୁବନେଶ୍ୱର, ୧୦ ଫେବୃଆରୀ – ବ୍ରହ୍ମପୁରରେ ଗତକାଲି ବସ୍ ରେ...