Connect with us

ଓଡିଶା

ଦାଦା ଘରେ କଳା କନା ବୁଲାଇଲା ପୁତୁରା,

ସାଙ୍କେତିକ

ଦାଦା ଘରେ କଳା କନା ବୁଲାଇଲା ପୁତୁରା,

ସୁନା ଗହଣା ଜବତ, ଅଭିଯୁକ୍ତ ଗିରଫ

ଧର୍ମଶାଳା,୨୭ ସେପ୍ଟେମ୍ବର – ବ୍ରହ୍ମବରଦା ଫାଣ୍ଡି ପୁଲିସକୁ ସଫଳତା । ଲକ୍ଷାଧିକ ଟଙ୍କାର ସୁନା ଗହଣା ଜବତ କରିବା ସହିତ ଅଭିଯୁକ୍ତକୁ ଗିରିଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ପୁଲିସ ସୂଚନା ଦେଇଛି । ଅଭିଯୋଗ ମୁତାବକ ଧର୍ମଶାଳା ବ୍ଲକ ଦେଓଦା ପଂଚାୟତ ଦେଓଦା ମହାନ୍ତିସାହିର ରସାନନ୍ଦ ମହାନ୍ତିଙ୍କ ଘରୁ ଚଳିତ ମାସ ୨୪ ତାରିଖ ବିଳମ୍ବିତ ରାତିରେ କେହି ଦୃବୃତ ଘରର ମୁଖ୍ୟ ଫାଟକରେ ତାଲା ଖୋଲି ଘରେ ପଶି ଏକ କାଠ ଆଲମିରାରୁ ଏକ ଗହଣା ବାକ୍ସ ଚୋରି କରି ନେଇଯାଇଥିଲେ । ଏହି ଗହଣା ବାକ୍ସରେ ୫ହଳ କାନଫୁଲ,୪ହଳ ଶାଙ୍ଖି,୧୦ଗୋଟି ମୁଦି,୨ଟି ସୁନା ହାର,୩ଟି ରୂପା ଗ୍ଲାସ,କିଛି ସିଲଭର କଏନ ଚୋରି ହୋଇଯାଇଥିବା ନେଇ ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ କରିଥିଲେ ରସାନନ୍ଦ ।

ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ କରିଲା ।  ଅରୁଣ କୁମାର ମହାନ୍ତିଙ୍କ ପୁଅ ବିରଂଚି ଓରଫ ଚୁଗୁ(୩୫) ଗତ କାଲି ବିଳମ୍ବିତ ରାତିରେ ଗାଁ ନିକଟରେ ପୁଲିସକୁ ଦେଖି ଫେରାର ହୋଇଯାଉଥିବା ସମୟରେ ପୁଲିସ ହାବୁଡରେ ପଡିଯାଇଥିଲା । ଆସି ସକାଳେ ପୁଲିସ ଚୁଗୁକୁ ପଚରା ଉଚୁରା ସମୟରେ ଏହି ଗହଣାକୁ ଚୋରି କରିଥିବା ସ୍ୱୀକାର କରିଥିଲା । ଏବଂ ଏହି ଗହଣାକୁ ଗାଁ ନିକଟସ୍ଥ ଏକ ନିଛାଟିଆ ଜାଗାରେ ରଖିଦେଇଥିଲା । ପୁଲିସ ଏହି ନିଛାଟିଆ ସ୍ଥାନରୁ ଗହଣା ସବୁ ଉଦ୍ଧାର କରିଥିଲା । ଏବଂ ଚୁଗୁ ଚୋରି ହେବା ଦିନ ତାଙ୍କ ସମ୍ପର୍କୀୟ ଦାଦା ରାସାନନ୍ଦଙ୍କ ସହ ବାର୍ତାଳପ କରିବା ସହିତ ତାଙ୍କୁ ନିଶା ଟ୍ୟାବଲେଟ ଦେଇଥିଲା । ଏବଂ ରସାନନ୍ଦଙ୍କ ପରିବାର ଲୋକଙ୍କ ସହିତ ମିଳାମିଶା କରିବା ସହିତ ଚୋରି କରିବାକୁ ସୁଯୋଗ ଖୋଜି ଦିନରେ ଘରେ ଥିବା ମୁଖ୍ୟ ଗେଟର ତାଲା କାଠିକୁ ସଂଗ୍ରହ କରିଥିଲା ।

ଉକ୍ତ ରାତିରେ ରସାନନ୍ଦ ଏକ କୋଠରି ଶୋଇଥିବା ବେଳେ ଅନ୍ୟ ଏକ କୋଠରୀରେ ପୁଅ ବୋହୂ ଏବଂ ସମ୍ପର୍କୀୟ ଧରମ ଝିଅ ସୋନାଲିସା କାନୁନଗୋ(୨୨) ମିଶି ଶୋଇଥିଲେ । ବିଳମ୍ବିତ ରାତିରେ ସୁଯୋଗ ନେଇ ଚୁଗୁ ଗୋଟ ତାଲା ଖୋଲି ଘର ଭିତରେ ପଶି କାଠ ଆଲମିରାର ଚାବି ଫିଟାଇ ଭିତରେ ସୁନା ଗହଣା ବାକ୍ସକୁ ନେଇ ଫେରାର ହୋଇଯାଇଥିଲା । ଦିନ ତମାମ ଗାଁରେ ସେ ନ ଥିବାରୁ ପୁଲିସ ଚୁଗୁ ପ୍ରତି ସନ୍ଦେହ ହୋଇଥିଲା । ପୁଲିସ ଚୁଗୁକୁ ଧରିବା ପରେ ସେ ସବୁ କଥା ମାନି ଯାଇଥିଲା । କେସ ନଂ ୪୨୬ା୧୯ରେ ଏକ ମାମଲା ରଜୁ କରି ବିରଂଚି ଓରଫ ଚୁଗୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା