ଡ୍ୟୁଟି ସମୟରେ ମଦ୍ୟପାନ କରିବା ମହଙ୍ଗା ପଡିଲା
୩ କର୍ମଚାରୀ ନିଲମ୍ବିତ
ଯାଜପୁର, ୧୨ ଜୁଲାଇ – ଡ୍ୟୁଟି ସମୟରେ ମଦ୍ୟପାନ କରିବା ତିନି ଜଣ ସରକାରୀ କର୍ମଚାରୀଙ୍କୁ ମହଙ୍ଗା ପଡିଛି । ଏହି ଘଟଣାରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଆଜି ଯାଜପୁର ଯୋଗାଣ ବିଭାଗ କାର୍ଯ୍ୟାଳୟର ୩ ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ।
ଯାଜପୁର ଯୋଗାଣ ବିଭାଗ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଲକ୍ଷ୍ମୀଧର ନନ୍ଦ, ଜୁନିଅର ଆକାଉଟାଂଟ ଗୌତମ ରାୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରଭାକର ନାଥ ଅଫିସ୍ ଡ୍ୟୁଟିରେ ଥାଇ ଆଜି ଅପରାହ୍ନରେ ନିକଟସ୍ଥ ଏକ ବାର୍ ରେ ବସି ମଦ୍ୟପାନ କରୁଥିଲେ । ଜିଲ୍ଲାପାଳ ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଂଚି ତିନି ଜଣଙ୍କୁ ମଦ୍ୟପାନ କରୁଥିବା ଅବସ୍ଥାରେ ଦେଖିଥିଲେ । ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଜିଲ୍ଲାପାଳ ସମ୍ପୃକ୍ତ ତିନି କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ।
ଓଡିଶା
ଡ୍ୟୁଟି ସମୟରେ ମଦ୍ୟପାନ କରିବା ମହଙ୍ଗା ପଡିଲା
More in ଓଡିଶା
-
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨 ଭୁବନେଶ୍ୱର :- 22-12- ସ୍ଥାନୀୟ ବଡ଼ଗଡ଼ ଅଂଚଳରୁ ଦୁଇ...
-
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ ଭୁବନେଶ୍ୱର, ୧୬ ଫେବୃୟାରୀ – ବହୁଚର୍ଚ୍ଚିତ କଳ୍ପନା...
-
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ ଭୁବନେଶ୍ୱର, ୧୬ ଫେବୃୟାରୀ – ଯୁବତୀଙ୍କୁ କମେଂଟ...
-
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ ଭୁବନେଶ୍ୱର, ୧୦ ଫେବୃଆରୀ – ବ୍ରହ୍ମପୁରରେ ଗତକାଲି ବସ୍ ରେ...