Connect with us

ଓଡିଶା

କ୍ୱାର୍ଟର ଛାଡୁ ନାହାନ୍ତି ପୂର୍ବତନ ବିଧାୟକ

ସାଙ୍କେତିକ

କ୍ୱାର୍ଟର ଛାଡୁ ନାହାନ୍ତି ପୂର୍ବତନ ବିଧାୟକ
– କାର୍ଯ୍ୟାନୁଷ୍ଠାନ ନିଆଯିବ : ବାଚସ୍ପତି
ଭୁବନେଶ୍ୱର,୨୨ ଅକ୍ଟୋବର – ବାରମ୍ବାର ନିର୍ଦ୍ଦେଶ ସତ୍ୱେ ପୂର୍ବତନ ବିଧାୟକ ମାନେ ଘର ନଛାଡିବା ଘଟଣାକୁ ନେଇ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏଣିକି ସରକାରୀ ଘର ଜବରଦଖଲରେ ଥିବା ବିଧାୟକଙ୍କ ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ଆଇନ ତା’ ବାଟରେ ଯିବ ବୋଲି ସେ କହିଛନ୍ତି ।
ପୂର୍ବରୁ ଏଥିପାଇଁ ପୂର୍ବତନ ବିଧାୟକମାନଙ୍କୁ ନୋଟିସ୍ ଦିଆଯାଇଥିଲା । ବିଧାନସଭା ନିକଟରେ ଥିବା ଏମଏଲଏ କଲୋନୀ ଏବଂ ଏହାର ଆଖପାଖରେ ୨୦ ଏକର ଜମି ରହିଛି । ସେଥିମଧ୍ୟରୁ ୧୧ ଏକର ଜମିରେ ରହିଥିବା ବିଭିନ୍ନ କୋଠାକୁ ଭଙ୍ଗାଯିବ । ଆଉ ୯ ଏକର ଜମିରେ ବିଧାୟକମାନଙ୍କ କ୍ୱାର୍ଟର ଓ ସରକାରୀ କୋଠା ରହିଛି । ଏଗୁଡିକୁ ଭଙ୍ଗାଯାଇ ବିଧାୟକମାନଙ୍କ ପାଇଁ ଆପାର୍ଟମେଂଟ ନିର୍ମାଣ କରାଯିବ । କିଛି ପୁରୁଣା ବିଧାୟକ ଇତିମଧ୍ୟରେ କ୍ୱାର୍ଟର ଛାଡିଛନ୍ତି । ଘର ନଛାଡିଲେ ପାଣି ଓ ବିଦ୍ୟୁତ୍ ସଂଯୋଗ କଟାଯିବ ବୋଲି ଚେତାବନୀ ସତ୍ୱେ ସେମାନେ ମାନୁ ନାହାନ୍ତି ।
ଗତ ୧୯ ତାରିଖରେ ୩ ଦିନ ମଧ୍ୟରେ ଘର ଛାଡ଼ିବାକୁ ପୂର୍ବତନ ବିଧାୟକମାନଙ୍କୁ ବାଚସ୍ପତି ନିର୍ଦ୍ଦେଶନାମା ଜାରି କରିଥିଲେ । ଆବଶ୍ୟକସ୍ଥଳେ ଘରୁ ପାଣି ଓ ବିଜୁଳି ସଂଯୋଗ କାଟିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା