
୪ ଚୋର ଗିରଫ ,ଚୋରି ସାମ୍ରଗୀ ଜବତ
ମାଲକାନଗିରି,୨୯ ମଇ – ମାଲକାନଗିରି ଥାନାରେ ଗତ ଏକ ବର୍ଷ ମଧ୍ୟରେ ହୋଇଥିବା ·ରିଟି ଚୋରି ମାମଲାର ତଦନ୍ତ କରି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଶେଷରେ ପୋଡେଶୀ ରାଜ୍ୟ ଛତିଶଗଡ଼ର ସୁକୁମାର ଦୁଇଜଣ ଯୁବକ ଓ ମାଲକାନଗିରି ସଦର ମହକୁମାର ଦୁଇ ଜଣ ଯୁବକଙ୍କୁ ଏହି ଚୋରି ମାମଲାରେ ଗିରଫ କରିବାସହ ସେମାନଙ୍କଠାରୁ ଚୋରି ସାମ୍ରଗୀ ଜବତ କରାଯାଇଛି ।
ପୋଲିସ ସୂଚନା ମୁତାବକ ୨୬/୩/୧୮ଥାନା କେସସଂଖ୍ୟା ୪୯ଦିନ ବେଳାକୁମୁଟିଗୁଡା ଠାରେ ଚୋରି ,୨୬/୭/୧ ୮ ଥାନା କେସସଂଖ୍ୟା୧୨୩ ବିବିଗୁଡ଼ା ଇଲେକ୍ଟ୍ରି ଅଫିସ ନିକଟରୁ ଚୋରି,୧୬/୫/୧ ୯ ଥାନା କେସ ସଂଖ୍ୟା ୧୦୮ ସମ୍ୟାଗୁଡାରୁ ମଟରସାଇକେଲ ଓ ୧ ୮/୫/୧ ୯ ଥାନା କେସ ସଂଖ୍ୟା ୧ ୦ ୯ ଅନୁଯାୟୀ ଜଇପୁରିଆଗୁଡାରୁ ଏକ ମଟର ସାଇକେଲ ଚୋରି ହୋଇଥିଲା ।ଏହି ଚୋରିରେ ସାମିଲଥିବା ଚୋରଙ୍କୁ ଧରିବା ପାଇଁ ମାଲକାନଗିରି ପୋଲିସ ଉଦ୍ୟମ କରୁଥିଲା । ମାଲକାନଗିରି ଠାରୁ ୩୦କିଲୋମିଟର ଦୂର ଛତିଶଗଡ଼ ସୁକୁମାର ହରତିସ ବିସ୍ୱାଶ,ଓବିଜୟ ମଣ୍ଡଳ ,ମାଲକାନଗିରି ଡିଏନକେ ଛକ ଗୁରୁଦାସ ମଜମଦାରଙ୍କ ସହ ମେଡିକାଲ ଛକର ବରୁଣ ଢାଲିକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ।ସେମାନଙ୍କ ଠାରୁ ଚୋରି ହୋଇଥିବା ୩ଟି ମଟରସାଇକେଲ ,ଗୋଟିଏ ୩୨ଇଞ୍ଚସାମସଙ୍ଗ ଏଲଇଡି ଟିଭି ,ଗୋଟିଏ ଲାପଟପ ,ଗୋଟିଏ ଆଇ ଫୋନ ,ଓ ୧୧ ଟି ମୋବାଇଲ ଫୋନ ଜବତ ହୋଇଛି । ଗିରଫ ଚାରି ଜଣକୁ ଆଜି କୋର୍ଟ ଚାଲାଣ କରାଯାଇଛି ।
