Connect with us

Uncategorized

୨୦୧୯ରେ ୧୬,୪୯୯ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ କରାଯାଇଛି

ସାଙ୍କେତିକ

୨୦୧୯ରେ ୧୬,୪୯୯ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ କରାଯାଇଛି
ଭୁବନେଶ୍ୱର, ୦୫ ଫେବୃଆରୀ – ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କ୍ରାଇମବ୍ରାଂଚ ତରଫରୁ ଜାମିନ ବିହୀନ ଗିରଫ ପରୱାନାଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ଏକ ସ୍ୱତନ୍ତ୍ର ଅଭିଯାନ ଜାନୁଆରୀ ୨୭ରୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆରମ୍ଭ କରାଯାଇଥିଲା ।
ଏହି ସମୟ ମଧ୍ୟରେ ୫୧୨୧ଟି ଜାମିନ ବିହୀନ ପରୱାନାକୁ କାର୍ଯ୍ୟକାରୀ କରାଯାଇ ପାରିଥିଲା । ବର୍ଷ ୨୦୧୯ରେ ସମୁଦାୟ ୧୬,୪୯୯ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ କରାଯାଇଥିବାବେଳେ ସ୍ୱତନ୍ତ୍ର ଅଭିଯାନର ଏହି ସ୍ୱଳ୍ପ ସମୟ ମଧ୍ୟରେ ୫୧୨୧ଟି ପରୱାନାକୁ କାର୍ଯ୍ୟକାରୀ କରାଯାଇଛି । ନ୍ୟାୟାଳୟରେ ମାମଲାଗୁଡ଼ିକର ବିଚାର ସମୟରେ ୱାରେଂଟର କାର୍ଯ୍ୟକାରୀତା ଖୁବ୍ ସହାୟକ ହୋଇଥାଏ ।
ଏହି ସ୍ୱତନ୍ତ୍ର ଅଭିଯାନ ଫଳରେ କାର୍ଯ୍ୟକାରୀ ହୋଇନଥିବା ଜାମିନ ବିହୀନ ପରୱାନା ସଂଖ୍ୟାରେ ୨୦ ପ୍ରତିଶତ ହ୍ରାସ ଘଟିଛି । ସ୍ୱତନ୍ତ୍ର ଅଭିଯାନର ଆରମ୍ଭରେ କାର୍ଯ୍ୟକାରୀ ହୋଇନଥିବା ଏନବିଡବ୍ଲ୍ୟୁର ସଂଖ୍ୟା ଥିଲା ୩୯,୨୫୪ । ଅଭିଯାନ ସମୟରେ ଆଉ ୧୬୮୫ଟି ନୂଆ ପରୱାନା ଗ୍ରହଣ କରାଯାଇଥିଲା । ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ୫୧୨୧ଟି ପରୱାନା କାର୍ଯ୍ୟକାରୀ ହୋଇଥିବାବେଳେ ୪୩୩୩ଟି ଏନବିଡବ୍ଲ୍ୟୁର ଅନ୍ୟ ଉପାୟରେ ସମାଧାନ କରାଯାଇଛି । ସ୍ୱତନ୍ତ୍ର ଅଭିଯାନ ଶେଷ ସୁଦ୍ଧା କାର୍ଯ୍ୟକାରୀ ହୋଇନଥିବା ଏନବିଡବ୍ଲ୍ୟୁର ସଂଖ୍ୟା ୩୧,୪୮୨କୁ ଖସିଛି ।
ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ଅନେକ ଜିଲ୍ଲାର ଆରକ୍ଷୀ ଅଧିକ୍ଷକମାନେ ଦୃଷ୍ଟାନ୍ତମୂଳକ ନେତୃତ୍ୱ ପ୍ରଦର୍ଶନ କରି ବହୁ ସଂଖ୍ୟାରେ ଏନବିଡବ୍ଲ୍ୟୁଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ବ୍ୟାପକ ଉଦ୍ୟମ କରିଥିଲେ । ଗଞ୍ଜାମ ଜିଲ୍ଲା ପୋଲିସ ସବୁଠାରୁ ଅଧିକ ୭୩୩ଟି ଏନବିଡବ୍ଲୁ କାର୍ଯ୍ୟକାରୀ କରିଥିବାବେଳେ କୋରାପୁଟ ପୋଲିସ ଜିଲ୍ଲା ୪୧୭ଟି ଏନବିଡବ୍ଲ୍ୟୁ କାର୍ଯ୍ୟକାରୀ କରିଛନ୍ତି । ସେହିପରି ଖୋର୍ଦ୍ଧା ପୋଲିସ ଜିଲ୍ଲା ଏହି ସମୟରେ ୩୫୫ଟି ଏନବିଡବ୍ଲ୍ୟୁକୁ କାର୍ଯ୍ୟ କରିଛନ୍ତି । ଯେଉଁ ଜିଲ୍ଲାମାନେ ୨୦୦ରୁ ଅଧିକ ଏନବିଡବ୍ଲ୍ୟୁକୁ କାର୍ଯ୍ୟକାରୀ କରିବାରେ ସଫଳ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, ଯାଜପୁର ଏବଂ ମୟୂରଭଞ୍ଜ ।
ଗଞ୍ଜାମ, କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଏବଂ କେନ୍ଦ୍ରାଂଚଳ ପୋଲିସ ରେଂଜର ଡିଆଇଜିଙ୍କୁ ସେମାନଙ୍କ ସଫଳତା ପାଇଁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରଶଂସାପତ୍ର ପ୍ରଦାନ କରି ଉତ୍ସାହିତ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in Uncategorized