ହସ୍ପିଟାଲର ସମ୍ବେଦନଶୀଳ ସ୍ଥାନରେ ମୋବାଇଲ ବ୍ୟାନ୍
ଭୁୁବନେଶ୍ୱର, ୦୨ ଜୁଲାଇ – ଏଣିକି ହସ୍ପିଟାଲର ସମ୍ବେଦନଶୀଳ ସ୍ଥାନଗୁଡିକୁ ମୋବାଇଲ ନେବା ମନା । ମାଲକାନଗିରି ହସ୍ପିଟାଲର ଆଇସିୟୁ , ଏସଏନସିୟୁ ,ଓଟି ଓ ଲେବର ରୁମ ଭଳି ସ୍ଥାନକୁ ମୋବାଇଲ ଫୋନ୍ ନେବାକୁ ବାରଣ କରାଯାଇଛି । ମୋବାଇଲ ଯୋଗୁଁ ରୋଗୀସେବା ବାଧାପ୍ରାପ୍ତ ହେଉଥିବାରୁ ଏଭଳି ନିଷ୍ପତି ନିଆଯାଇଛି ବୋଲି ମାଲକାନଗିରି ସିଡିଏମଓ ପ୍ରକାଶ କରିଛନ୍ତି ।
ନିକଟରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ଏସସିବି ମେଡିକାଲ କଲେଜରେ କାର୍ଯ୍ୟରତ ନର୍ସମାନେ ମୋବାଇଲ ଫୋନ୍ ରେ ଟିକ୍ ଟକ୍ ଭିଡିଓ କରିଥିବା ନଜରକୁ ଆସିଥିଲା । ହସ୍ପିଟାଲର ଏସଏନସିୟୁ ଭଳି ସମ୍ବେଦନଶୀଳ ବିଭାଗର କାର୍ଯ୍ୟରତ କର୍ମଚାରୀମାନେ ଏଭଳି ଖାମଖିଆଲ ଭାବେ କାର୍ତବ୍ୟରେ ଅବହେଳା କରି ଭିଡିଓ ସୁଟ୍ କରିବାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା । ଏହିସବୁ ଦୃଷ୍ଟିର ହସ୍ପିଟାଲର କିଛି ନିର୍ଦ୍ଦିଷ୍ଟ ସ୍ଥାନକୁ ମୋବାଇଲ ନନେବାକୁ ନିର୍ଦ୍ଦେଶ ଜାରୀ କରାଯାଇଛି ।
ଓଡିଶା
ହସ୍ପିଟାଲର ସମ୍ବେଦନଶୀଳ ସ୍ଥାନରେ ମୋବାଇଲ ବ୍ୟାନ୍
More in ଓଡିଶା
-
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨 ଭୁବନେଶ୍ୱର :- 22-12- ସ୍ଥାନୀୟ ବଡ଼ଗଡ଼ ଅଂଚଳରୁ ଦୁଇ...
-
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ ଭୁବନେଶ୍ୱର, ୧୬ ଫେବୃୟାରୀ – ବହୁଚର୍ଚ୍ଚିତ କଳ୍ପନା...
-
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ ଭୁବନେଶ୍ୱର, ୧୬ ଫେବୃୟାରୀ – ଯୁବତୀଙ୍କୁ କମେଂଟ...
-
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ ଭୁବନେଶ୍ୱର, ୧୦ ଫେବୃଆରୀ – ବ୍ରହ୍ମପୁରରେ ଗତକାଲି ବସ୍ ରେ...