ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ସ୍ଥଗିତ
ଭୁବନେଶ୍ୱର,୧୫ା୧୧: ମଧ୍ୟପ୍ରଦେଶ କାହ୍ନାରୁ ସାତକୋଶିଆ ବାଘ ପ୍ରକଳ୍ପକୁ ଆସିଥିବା ମହାବଳ ବାଘ “ମହାବୀର’ର ମୃତ୍ୟୁ ଘଟିଛି । ସାତକୋଶିଆ କୋର୍ ଅଂଚଳରୁ ତା’ର ମୃତଦେହ ମିଳିଛି । ଅନ୍ୟପକ୍ଷରେ ମହାବୀରର ମୃତ୍ୟୁ ପରେ ବ୍ୟାଘ୍ର ପ୍ରକଳ୍ପ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ (ଏନଟିସିଏ) ଏଡିଜି ଡକ୍ଟର ଅନୁପ ନାୟକ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଏତେ ବଡ଼ ଘଟଣା ଘଟିବା ପରେ ବ୍ୟାଘ୍ର ପ୍ରକଳ୍ପ ସାମୟିକ ଭାବେ ସ୍ଥିଗତ ରଖିଛୁ, ସମୀକ୍ଷା ପରେ ପରବର୍ତୀ ପଦକ୍ଷେପ ନିଆଯିବ । ସେହପରି ପିସିସିଏଫ୍ ସନ୍ଦୀପ ତ୍ରିପାଠୀ କହିଛନ୍ତି ଯେ ମହାବଳ ବାଘର ବେକରେ ଏକ ଗଭୀର କ୍ଷତ ରହିଛି । କ୍ଷତରେ ସଂକ୍ରମଣ ହୋଇ ପୋକ ହୋଇଯିବାରୁ ତାର ମୃତ୍ୟୁ ଘଟିଛି କି ନାହିଁ ତାହା ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ଜଣାପଡିବ । ଏକ ପ୍ରେସ୍ ବିଜ୍ଞପ୍ତିରେ ସାତକୋଶିଅ। ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ଯେ ୧୪ ତାରିଖ ଦିନ ଗୋଟାଏ ବେଳେ ଏହି ମହାବଳ ବାଘର ମୃତ୍ୟୁ ସମ୍ପର୍କରେ ଜଣା ପଡ଼ିଥିଲା । ରାଇଗୋଡ଼ାରୁ ନୂଅ ।ଗଡ଼ା ରାସ୍ତାର ୫ ଶହ ମିଟର ଦୂରରେ ବାଘର ମୃତଦେହ ପଡ଼ିଥିଲା । ବେକରେ ଲାଗିଥିବା ଆଘାତ କାରଣରୁ ତା’ର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହା ପ୍ରାୟ ୫ ଦିନ ତଳର । ଆଘାତ ସଂକ୍ରମଣ ହୋଇ ପୋକ ହୋଇ ଯିବା କାରଣରୁ ମହାବୀର ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି । ତେବେ କିପରି ଓ କେବେ ମହାବଳର ମୃତ୍ୟୁ ହୋଇଥିଲା, ବ୍ୟବଚ୍ଛେଦ ପରେ ହିଁ ତାହା ଜଣାପଡ଼ିବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ମହାବଳ ମହାବୀରକୁ ହତ୍ୟା କରାଯାଇଥିବା ମଧ୍ୟ ଅଭିଯୋଗ ହେଉଛି । ତେବେ ସଂକ୍ରମଣ କାରଣରୁ ମହାବୀରର ମୃତ୍ୟୁ ଘଟିଛି କି ତାକୁ ହତ୍ୟା କରାଯାଇଛି ବ୍ୟବଚ୍ଛେଦ ରିପୋର୍ଟ ଅ।ସିବା ପରେ ଜଣାପଡ଼ିବ ।
ଅପରପକ୍ଷରେ ମହାବୀରର ମୃତ୍ୟୁ ପରେ ରାଜ୍ୟ ସରକାରଙ୍କ ଆନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ ପ୍ରକଳ୍ପକୁ ଶକ୍ତ ଧକ୍କା ଲାଗିଛି । ଆନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ ପ୍ରକଳ୍ପ ମାଧ୍ୟମରେ ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟରୁ “ମହାବୀର’କୁ ଅଣାଯାଇଥିଲା । ଗତ ଜୁନ ମାସରେ ମହାବଳକୁ ଅଣାଯାଇଥିବାବେଳେ ଏହାକୁ ନେଇ ସାତକୋଶିଅ।ରେ କୌଣସି ବିବାଦ ଦେଖାଦେଇ ନଥିଲା । ମଧ୍ୟପ୍ରଦେଶରୁ ଅଣାଯିବା ପରେ ମହାବୀରକୁ ସାତକୋଶିଅ।ରେ ତିଅ।ରି ହୋଇଥିବା ସ୍ୱତନ୍ତ୍ର ଖୁଆଡ଼ ବା ଏନ୍କେ୍ଲାଜରରେ ରଖାଯାଇଥିଲା । କାହ୍ନାର ପରିବେଶ ସହ ସନ୍ତୁଳନ ରକ୍ଷା କରି ସାତକୋଶିଅ।ର ଏକ ର୍ନିଦ୍ଦିଷ୍ଟ ଅଂଚଳରେ ଖୁଅ।ଡ଼ କରାଯାଇଥିଲା । ବାଘ ପାଇଁ ଆବଶ୍ୟକ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । କିଛିଦିନ ବାଘକୁ ଏହି ଏନ୍କେ୍ଲାଜରରେ ରଖାଯିବା ପରେ ଜଙ୍ଗଲ ଭିତରକୁ ଛଡ଼ାଯାଇଥିଲା । ତାର ଗତିବିଧି ଅନୁଧ୍ୟାନ ପାଇଁ ବାଘ ବେକରେ ଜିପିଏସ୍ ଉପକରଣ ଲଗାଯାଇଥିଲା ।
ସାତକୋଶିଆରେ ଥିବା ଜଙ୍ଗଲୀ ହାତୀଙ୍କ ସହ ବାଘ କେମିତି ରହୁଛି ତା’ ଉପରେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ନଜର ରଖିଥିଲେ । ମହାବଳ ବାଘ, ସାତକୋଶିଆ ପରିବେଶ ସହ ଖାପ ଖୁଆଇ ପାରିଲେ ଅ।ଗକୁ ଅ।ଉ ୫ଟି ବାଘ ଅଣାଯିବା ସହ ସହଜ ଉପାୟରେ ସେମାନଙ୍କ ବଂଶ ବିସ୍ତାର ଲାଗି ଉଦ୍ୟମ କରାଯିବା ନେଇ ଯୋଜନା ରହିଥିଲା ।