ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢ଼ିଲା
ବାରମ୍ବାର ଚୋରି ; ତଥାପି ପୋଲିସ ପ୍ରଶାସନ ଚେତୁନି
ପୁରୀ, ୧୨ ଅପ୍ରେଲ – ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଏବେ ଭକ୍ତମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥା ଶ୍ରୀମନ୍ଦିରକୁ ଆତଙ୍କବାଦୀ ବିପଦ ରହିଛି ବୋଲି ବାରମ୍ବାର ସତର୍କ କରୁଥିଲେ ମଧ୍ୟ ପୋଲିସ ପକ୍ଷରୁ ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ହୋଇଛି । ଗତ ୧୦ ତାରିଖ ରାତିରେ ଶ୍ରୀମନ୍ଦିର ପରିସରରେ ଥିବା କୋଇଲି ବୈକୁଣ୍ଠ ନିକଟ ସୁଆର ମହାସୁଆର ନିଯୋଗ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିଲା । ଏ ସଂପର୍କରେ ଏସପି ଉମାଶଙ୍କର ଦାଶ ଘଟଣାସ୍ଥଳ ପରିଦର୍ଶନ କରି ଚୋରି ସଂପର୍କିତ ସିସିଟିଭି ଦେଖି ଆବାକ ହୋଇଯାଇଥିଲେ । ୧୪ବର୍ଷର ବାଳକଟିଏ ଉଲଗ୍ନ ହୋଇ ତିନୋଟି ସିସିଟିଭି ଭାଙ୍ଗିବା, ୪ଟି ବାକ୍ସ ତାଡିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୋଟିଏ ଛୋଟ ଶାବଳ ଧରି ବାଳକଟି ଘର ଭିତରେ ତାର ଖେଳ ଦେଖାଇଥିଲା । ଗୋଟିଏ ଲକର ଓ ୪ଟି ବାକ୍ସ ତାଡି ଲକ୍ଷାଧିକ ଟଙ୍କା ଚୋରି କରିଥିଲା । ନିଯୋଗର କବାଟ ଉପରେ ଲାଗିଥିବା କାଚ ଭାଙ୍ଗି ସେଥିରେ ଗଳି ଘର ଭିତରକୁ ଯାଇଥିଲା । ନାବାଳକ ସହ ଆଉ କିଏ ଥିଲା ସେ ସଂପର୍କରେ ପୁଲିସ ପକ୍ଷରୁ ଅଧିକ ଖୋଳତାଡ ଚାଲିଛି ।
ଏଣେ ଭକ୍ତମାନେ ପ୍ରଶ୍ନ କରିଛନ୍ତି, ଶ୍ରୀମନ୍ଦିର ସିଂହଦ୍ୱାର ଥାନା ଏସିଆ ମହାଦେଶର ବୃହତମ ଥାନା ହୋଇଥିବାବେଳେ ପୁଲିସ ସୁରକ୍ଷା କିପରି ଢ଼ିଲା ହୋଇଛି ତାହା ଏହି ଚୋରିରୁ ଜଣାପଡୁଛି । ଗତ ୨ତାରିଖରେ ଦକ୍ଷିଣ ଦ୍ୱାର ନିକଟ ଶ୍ରୀରାମମନ୍ଦିରରୁ ଚୋରି ହୋଇଥିଲା । ଏବେ ଚୋରଙ୍କ ଟାର୍ଗେଟରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଥିବା ସହରରେ ଚର୍ଚ୍ଚା ହେଉଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚାରି ଦ୍ୱାରରେ ୪ଟି ୱାଚ୍ ଟାୱାର ଓ ସିଂହଦ୍ୱାର ସମ୍ମୁଖରେ ପୁଲିସ ଗାଡି ରଖାଇ ଦେଉନାହିଁ । ପତିତପାବନଙ୍କୁ ଭକ୍ତମାନେ ମୁଣ୍ଡିଆ ମାରିବା ଏବେ କଷ୍ଟ ହେଲାଣି । ପୁଲିସ ଗଣମାଧ୍ୟମ ପ୍ରତିନିଧି ଫଟୋ ଉଠାଇଲେ ମୁଥ ମାରିବା ଅଭିଯୋଗ ହେଉଛି । ଉଠାଦୋକାନୀ, ବୁଲା ବ୍ୟବସାୟୀ ଓ ଫଟୋ ବ୍ୟବସାୟୀଙ୍କୁ ପୋଲିସ ମାର ମାର କରୁଥିବାବେଳେ ଶ୍ରୀମନ୍ଦିର ଭିତରେ ଚୋରରୂପି ମୂଷା ଖୋଳ କରିଦେଲାଣି ବୋଲି ସହରରେ ଚର୍ଚ୍ଚା ଚାଲିଛି । ଚୋରି ସମ୍ପର୍କରେ ପୁଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ।
ଓଡିଶା
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢ଼ିଲା
More in ଓଡିଶା
-
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨 ଭୁବନେଶ୍ୱର :- 22-12- ସ୍ଥାନୀୟ ବଡ଼ଗଡ଼ ଅଂଚଳରୁ ଦୁଇ...
-
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ ଭୁବନେଶ୍ୱର, ୧୬ ଫେବୃୟାରୀ – ବହୁଚର୍ଚ୍ଚିତ କଳ୍ପନା...
-
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ ଭୁବନେଶ୍ୱର, ୧୬ ଫେବୃୟାରୀ – ଯୁବତୀଙ୍କୁ କମେଂଟ...
-
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ ଭୁବନେଶ୍ୱର, ୧୦ ଫେବୃଆରୀ – ବ୍ରହ୍ମପୁରରେ ଗତକାଲି ବସ୍ ରେ...