
ଖଣ୍ଡଗିରି:- ରାତି ପ୍ରାୟ ୯ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ତଳଖେତା ନିକଟରେ ଏକ କାର୍ ଜଳି ଯାଇଛି । କିନ୍ତୁ କାର୍ରେ ଥିବା ଭାଇ ଭଉଣୀ ଅଳ୍ପକେ ବର୍ତି ଯାଇଛନ୍ତି । ସେମାନେ ହେଲେ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ବିଡିଏ କଲୋନିର ବାସିନ୍ଦା ଟିଟି କ୍ରିଷ୍ଣା ଓ ତାଙ୍କ ବଡ଼ ଭଉଣୀ ଇ. ମଂଜୁବାନି । କାର୍ ଚାଳକ ଟିଟି କ୍ରିଷ୍ଣାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେମାନେ ବର୍ତି ଯାଇଛନ୍ତି । ଖବର ପାଇ ଜଟଣୀରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ଆୟତ୍ତ କଲା ବେଳକୁ କାର୍ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।
ଉଲ୍ଲେଖଯୋଗ୍ୟ ଯେ , ଭାଇ ଭଉଣୀ ଦୁହେଁ ନୟାଗଡ଼ରୁ କାର୍ ଯୋଗେ ଭୁବନେଶ୍ୱର ଫେରୁଥିବାବେଳେ ହଠାତ୍ ଇଂଜିନ୍ଟି ହୁତ୍ହୁତ୍ ହୋଇ ଜଳିବାକୁ ଲାଗିଲା । ଟିଟି କ୍ରିଷ୍ଣା କାର୍କୁ ଅଟକାଇବା ପାଇଁ ବ୍ରେକ୍ ମାରିଲେ ବି ତାହା କାମ ନ କରିବାରୁ ଗାଡ଼ିଟି ଅଟକିନଥିଲା । ତେବେ କିଛି ବାଟ ଗଡ଼ିବା ପରେ କାର୍ଟି ଅଟକି ଯାଇଥିଲା ଓ ସେଥିରୁ ୨ଜଣ ଯାକ ବାହାରି ପଡ଼ିଥିଲେ। କାର୍ଟି ରାଜପଥ ଉପରେ ଜଳିବାକୁ ଲାଗିଥିଲା । ଖବର ପାଇ ଯାଁଳା ଫାଣ୍ଡି ପୁଲିସ ଓ ଜଟଣୀରୁ ଦମକଳ ଗାଡ଼ି ସେଠାରେ ପହଞ୍ଚି ନିଅାଁ ଲିଭାଇଥିଲା । ଗାଡ଼ିରେ କିଭଳି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ପୋଲିସ ଅନୁସନ୍ଧାନ କରୁଛି
