ରାଉରକେଲା ନୂଆ ଏସପି କେ ଶିବା ସୁବ୍ରମଣିଙ୍କ କାର୍ଯ୍ୟରେ ଯୋଗଦାନ
ରାଉରକେଲା, ୨୬ ଅଗଷ୍ଟ – ନିକଟରେ ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଥିବା ବେଳେ ରାଉରକେଲା ଏସପି ଭାବେ ଆଇପିଏସ କେ. ଶିବା ସୁବ୍ରମଣିଙ୍କୁ ଅବସ୍ଥାପିତ କରିଥିଲେ । ସେ ଆଜି ରାଉରକେଲାରେ ପହଁଚି ପୂର୍ବତନ ଏସପି ସାର୍ଥକ ଷଡଙ୍ଗୀଙ୍କ ଠାରୁ ଦାୟିତ୍ୱ୍ୱ ଗ୍ରହଣ କରିଛନ୍ତି ।
ଶ୍ରୀ ସୁବ୍ରମଣି କିଛି ଦିନ ତଳେ ରାଉରକେଲାରେ ପ୍ରୋବେସନର ଭାବେ କାମ କରିବା ସହ ବଲାଙ୍ଗୀର ଏସପି ଭାବେ ଦାୟୀତ୍ୱ ନିର୍ବାହ କରିଥିଲେ ।
ସେ ଜଣେ ମେଳାପି ଓ କାର୍ଯ୍ୟଦକ୍ଷ ଅଫିସର ଭାବେ ପରିଚିତ । ତେବେ ବିଗତ ଦୁଇ ବର୍ଷ ଭିତରେ ରାଉରକେଲା ପୁଲିସ ଜିଲ୍ଲା ଏକ ପ୍ରକାର ଅସଜଡା ହୋଇ ପଡିଥିବା ବିଚାର କରାଯାଉଥିବାରୁ ତାଙ୍କ ଲାଗି ଆଗାମୀ କିଛି ଦିନ ଚାଲେଞ୍ଜର ଦିନ ହେବ ବୋଲି କୁହାଯାଉଛି । କାରଣ ବିଗତ ଦିନ ଗୁଡିକରେ ଏସପି ମାନେ ଥାନା ଗୁଡିକୁ ନିୟମିତ ଭିଜିଟ ନକରିବା, ବଣେଇ ଉପଖଣ୍ଡ ଅଂଚଳକୁ ଏସପି ମାନେ ନଯିବା ଦ୍ୱାରା କିଛି ଅଫିସର ମନ ଇଚ୍ଛା କାମ କରିଚାଲିଲେ । ଫଳରେ ଲୋକେ ପୁଲିସ ସେବା ପାଇବେ କ’ଣ, ଅଫିସର ମାନଙ୍କୁ ଦେଖା ପାଇବା କଷ୍ଟକର ହୋଇଥିବା ଅଭିଯୋଗ ହେଉଥିଲା ।
କେତେକ ଥାନାରେ ଇନ୍ସପେକ୍ଟର ମାନେ ପ୍ରାୟ ରହୁନଥିବା ବେଳେ ଏସଆଇ ମାନଙ୍କୁ ନେଇ ସବୁ କିଛି ଚଳାଉଛନ୍ତି ବୋଲି ଖବର ମିଳିଛି । ତେଣୁ ଏହି ଭଳି ଥାନାରେ ନିୟମିତ ରହି ଲୋକଙ୍କୁ ସେବା ଦେଇପାରିବା ଭଳି ଅଫିସରଙ୍କୁ ଦାୟିତ୍ୱ ଦେବା ଲାଗି ଦାବି ହୋଇଛି ।