ରବିନ୍ଦ୍ର ହତ୍ୟାକାରୀର ଟେର ପାଉନି ପୁଲିସ
କୋରେଇ, ୮ ଜୁଲାଇ – ପାଣିକୋଇଲି ବଜାରର ହୋଟଲ ମଧ୍ୟରୁ ରବିନ୍ଦ୍ର ଶବକୁ ପୁଲିସ ଉଦ୍ଧାର କରିଥିଲେ ମଧ୍ୟ ଏଯାଏ ହତ୍ୟାକାରୀର ଟେର ପାଉନି ପୁଲିସ । କିଏ ଏଭଳି ବିଭତ୍ସ ଭାବେ ହତ୍ୟକଲା ଓ କାହିଁକି । ହତ୍ୟାକାଣ୍ଡର ଅନେକ କାରଣ ଏବେ ସାମ୍ନାକୁ ଆସୁଛି କିନ୍ତୁ କିଛି ସୁଫଳ ମିଳୁନି । ହତ୍ୟାକାଣ୍ଡର ୨୪ ଘଂଟା ପରେ ମଧ୍ୟ ପୁଲିସ ହାତ ଖାଲି ।
ରିବନ୍ଦ୍ରର ସ୍ତ୍ରୀ ଓ ଶାଶୁକୁ ଜେରା କରି ପୁଲିସ ଛାଡି ଦେଇଛି । ହେଲେ ହତ୍ୟାକାଣ୍ଡର ରହସ୍ୟ ଉନ୍ତୋଚନ ହୋଇପାରିନି । ବ୍ୟବସାୟିକ ଶତ୍ରୁତା ନା ଅନୈତିକ ପ୍ରେମ ସର୍ମ୍ପକ ତାହା ସ୍ପଷ୍ଟ ହୋଇନି । ତେବେ ଏହାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ଏପଟେ ଏକ ମାତ୍ର ପୁଅକୁ ହରାଇ ପରିବାର ବାହୁନି ବାହୁନି କାନ୍ଦୁଛି । ଅନ୍ୟପକ୍ଷେ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ହତ୍ୟାକାଣ୍ଡରେ ରବିନ୍ଦ୍ରର ଶଳା ଚନ୍ଦ୍ରକାନ୍ତ ଓ ତାର ପ୍ରେମିକା ପୂଜାର ସମ୍ପୃକ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଥାଉକି ରବିନ୍ଦ୍ର, ତାର ଶଳା ଚନ୍ଦ୍ରକାନ୍ତ ଓ ସୋନାଲୀ ଓରଫ ପୂଜା ସହିତ ମିଶି ଆଗରୁ ବହୁ ଚୋରି, ଡ଼କାୟତ ଭଳି ଅପରାଧ ଘଟାଇ ବହୁ ବାର ଜେଲ ଯାଇଛି । ମାତ୍ର ରଥଯାତ୍ରା ଦେଖିବା ପାଇଁ ରବିନ୍ଦ୍ର ତାର ଶଳାର ପ୍ରେମିକାକୁ ବାଇକରେ ପୁରୀ ବୁଲିବାକୁ ଯାଇଥିବାରୁ ଚନ୍ଦ୍ରକାନ୍ତ ମନେ ମନେ ରବିନ୍ଦ୍ରକୁ ପାନେ ଦେବାଲାଗି ସୁଯୋଗ ଖୋଜୁଥିଲା ।
ଶନିବାର ବିଳମ୍ବିତ ରାତ୍ରୀରେ ରବିନ୍ଦ୍ର ସୋନାଲୀ ସହିତ ମଦ୍ୟପାନ କରବା ପରେ ସୋନାଲୀକୁ ତାର ଘରେ ନଛାଡ଼ି ନିଜ ହୋଟେଲକୁ ନେଇ ଆସିଥିବା କିଛି ଲୋକ ଦେଖିଥିଲେ । ପରେ ସୋନାଲୀ ନିଶାଗ୍ରସ୍ତ ଥିବାରୁ ନିଜର କାମନାକୁ ସଫଳ କରିବାଲାଗି ଏହା ଏକ ମଉକା ଭାବି ନିଜେ ସମ୍ପୁର୍ଣ ଉଲଗ୍ନ ହୋଇପଡ଼ିଥିଲା । ରବିନ୍ଦ୍ର ଓ ପୂଜା ଫେରିବା ପରେ ଚନ୍ଦ୍ରକାନ୍ତ କୈାଣସି ସୁତ୍ରରୁ ଖବର ପାଇ ପୁଜାକୁ ଖୋଜିବାକୁ ଆସି ଉକ୍ତ ହୋଟେଲରେ ପହଂଚି ଚନ୍ଦ୍ରକାନ୍ତକୁ ପୁଜା ସହିତ ଅସଂଜତ ଅବସ୍ଥାରେ ଦେଖି ପାଖରେ ପଡ଼ିଥିବା ଏକ ବାଉଁଶ ଫାଳିଆରେ ତାର ମୁଣ୍ଡକୁ ଏକ ଶକ୍ତ ପ୍ରହାର କରିଥିଲା । ନିଶାଗ୍ରସ୍ତ ସହିତ ମୁଣ୍ଡକୁ ଆକ୍ରମଣ ହୋଇଥିବାରୁ ରବିନ୍ଦ୍ରର ତତ୍କ୍ଷଣାତ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ପରେ ରବିନ୍ଦ୍ର କାଳେ ବଂଚିଥିବ ବୋଲି ଭାବି ପୁଜା ପ୍ରେମିକ ସହିତ ମିଶି ନିଜ ପାଖରେ ରଖିଥିବା ଏକ କାଗଜ କଟା ଛୁରୀ ସାହାଯ୍ୟରେ ତାର ବେକକୁ କାଟି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଚର୍ଚ୍ଚା ଜୋର ଧରିଛି ।
ଏହି ଆଲୋଚନା ସତ୍ୟ ହେଉ ବା ନହେଉ ଚନ୍ଦ୍ରକାନ୍ତ ଓ ପୂଜା ଫେରାର ହୋଇଯାଇଥିବାରୁ ସନ୍ଦେହ ଦ୍ୱିଗୁଣିତ ହୋଇଛି । ପୁଲିସ ଚନ୍ଦ୍ରକାନ୍ତ ଓ ପୂଜାର ଟେର ପାଉଛିକି ନାହିଁ ତାହା ଅଲଗା କଥା କିନ୍ତୁ ସେମାନେ ଧରାପଡିଲେ ନିଶ୍ଚିୟ ରବିନ୍ଦ୍ର ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହୋଇପାରିବ ।