ରଥଯାତ୍ରା ପ୍ରସାରଣକୁ ନେଇ ହାଇକୋର୍ଟରେ ମାମଲା
ଭୁବନେଶ୍ୱର, ୧୦ ଜୁନ୍ – ପୁରୀ ରଥଯାତ୍ରାର ସିଧା ପ୍ରସାରଣକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଘନେଇବାରେ ଲାଗିଛି । ସୋମବାର ଏହି ପ୍ରସଙ୍ଗ ନେଇ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ରଥଯାତ୍ରାର ସିଧା ପ୍ରସାରଣ ପାଇଁ ନିଲାମ ବିଜ୍ଞପ୍ତିକୁ ରଦ୍ଦ କରିବାକୁ ଆବେଦନ କରି ପ୍ରସନ୍ନ କୁମାର ଦାଶ ହାଇକୋର୍ଟରେ ଏହି ମାମଲା ଦାୟର କରିଛନ୍ତି । ସୂଚନାଯୋଗ୍ୟ ଶ୍ରୀ ମନ୍ଦିରର ଆୟ ବୃଦ୍ଧି ଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ପ୍ରଥମଥର ପାଇଁ ରଥଯାତ୍ରାର ସିଧା ପ୍ରସାରଣ ଅଧିକାର ପାଇଁ ନିଲାମ ଆହ୍ୱାନ କରିଛନ୍ତି ।
ଅନ୍ୟପକ୍ଷରେ ସିଧା ପ୍ରସାରଣ ନେଇ ହୋଇଥିବା ନିଲାମିରେ ଓଟିଭି ସର୍ବାଧିକ ୫୪ ଲକ୍ଷ ଟଙ୍କାର ନିଲାମୀ ଡାକିଛି । ଏହା ପଛକୁ ଏମବିସି ଟିଭି ୩୬ ଲକ୍ଷ, ନ୍ୟୁଜ୧୮ ୧୫ ଲକ୍ଷ, କଳିଙ୍ଗ ଟିଭି ୧୦ ଲକ୍ଷ, ପ୍ରାର୍ଥନା ଟିଭି ୧୦ ଲକ୍ଷ, ସାଧନା ଟିଭି ୪ଲକ୍ଷ ୪୪ହଜାର ଓ କନକ ଟିଭି ଏକ ଲକ୍ଷ ୨୫ ହଜାର ଟଙ୍କାର ନିଲାମୀ ଡାକିଛନ୍ତି ।
ଓଡିଶା
ରଥଯାତ୍ରା ପ୍ରସାରଣକୁ ନେଇ ହାଇକୋର୍ଟରେ ମାମଲା
More in ଓଡିଶା
-
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨 ଭୁବନେଶ୍ୱର :- 22-12- ସ୍ଥାନୀୟ ବଡ଼ଗଡ଼ ଅଂଚଳରୁ ଦୁଇ...
-
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ ଭୁବନେଶ୍ୱର, ୧୬ ଫେବୃୟାରୀ – ବହୁଚର୍ଚ୍ଚିତ କଳ୍ପନା...
-
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ ଭୁବନେଶ୍ୱର, ୧୬ ଫେବୃୟାରୀ – ଯୁବତୀଙ୍କୁ କମେଂଟ...
-
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ ଭୁବନେଶ୍ୱର, ୧୦ ଫେବୃଆରୀ – ବ୍ରହ୍ମପୁରରେ ଗତକାଲି ବସ୍ ରେ...