
ଯୁବକ ନିଖୋଜ : ଥାନାରେ ମାମଲା
ଗଂଜାମ, ୧୨ ସେପ୍ଟେମ୍ବର – ବୁଗୁଡ଼ା ମୁଖ୍ୟ ରୋଡ଼ ଷ୍ଟେଟ୍ ବ୍ୟାଙ୍କ ଛକରେ ସାର ଦୋକାନ କରିଥିବା ଜଣେ ଯୁବକ ୧୧ ଦିନ ହେଲା ନିଖୋଜ ଘଟଣା ଏ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ନିଖୋଜ ଯୁବକ ଜଣକ ହେଲେ ସନ୍ତୋଷ କୁମାର ରାଉତ । ସନ୍ତୋଷ ଘଟଣା ଦିନ ସକାଳ ୬ଟାରୁ ଘରୁ ବାହାରି ଆଉ ଘରକୁ ଫେରି ନଥିଲା । ଘର ଲୋକେ ଖୋଜାଖୋଜି ନ ପାଇବା ପରେ ବୁଗୁଡ଼ା ଥାନାରେ ଏତଲା ଦେଇଛନ୍ତି । ଏତଲା ଅନୁସାରେ ବୁଗୁଡ଼ା ଥାନାରେ କେସ ନଂ. ୨୫ରେ ମାଲା ରୁଜୁ କରାଯାଇ ପୁଲିସ ପକ୍ଷରୁ ଅନୁସନ୍ଧାନ କରାଯାଉଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
