
ମଦୁଆ ଡ୍ରାଇଭର କୋର୍ଟ ଚାଲାଣ
କୋରେଇ, ୯ ସେପ୍ଟେମ୍ବର – ପାଣିକୋଇଲି ପୁଲିସ ଟୋଲ ପ୍ଲାଜାରେ ଗାଡି ଯାଂଚ କରି ଦୁଇ ମଦ୍ୟପ(ସ୍କୁଟି ଓ ସ୍କରପିଓ) ଆରେହୀକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଧର୍ମଶାଳା ଥାନା ଅନ୍ତର୍ଗତ କାଳିକାହୁଡି ଗ୍ରାମର ଭାବଗ୍ରାହୀ ଦାସଙ୍କ ପୁଅ ସନାତନ(୪୮) କାଗଜପତ୍ର ନଥିବା ଏକ ସ୍କୁଟି (ଓଡି୩୪ଏଫ ୨୧୭୭) ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତଳମହୁରୀ ଗ୍ରାମର ଆଦିକନ୍ଦ କରଙ୍କ ପୁଅ କୃତିବାସ(୩୭) ଏକ ସ୍କରପିଓ (ଓଡି୦୧ୟୁ୧୧୦୦)ଯୋଗେ ମଦ୍ୟପାନ କରିଆସୁଥିବା ବେଳେ ପୁଲିସ ହାବୁଡରେ ପଡିଥିଲେ । ଉଭୟଙ୍କୁ ଆଜି ଏମଭି ଆକ୍ଟରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଯାଂଚ ବେଳେ ଏସଆଇ କୈଳାସ ଚନ୍ଦ୍ର ଭୋଇ, ଏଏସଆଇ ଅମୀୟ ବେହେରାଙ୍କ ସମତେ କର୍ମଚାରୀମାନେ ସହଯୋଗ କରିଥିଲେ ।
