Connect with us

ଓଡିଶା

ବୋହୂକୁ ଯୌନ ନିର୍ଯାତନା ମାମଲା

ସାଙ୍କେତିକ

ବୋହୂକୁ ଯୌନ ନିର୍ଯାତନା ମାମଲା
ଜେଲ୍ ହାଜତକୁ ଗଲେ ଅଭିଯୁକ୍ତ ଶ୍ୱଶୁର
ପିପିଲି, ୧୩ ଅଗଷ୍ଟ – ବୋହୂକୁ ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଥିବା ଲମ୍ପଟ୍ ଶ୍ୱଶୁର ପଚୁଂ ମଲ୍ଲିକଙ୍କୁ ଆଜି ପିପିଲି ପୋଲିସ କୋର୍ଟଚାଲାଣ କରିଥିଲା । ପିପିଲି ଜେଏମଏଫସି କୋର୍ଟରେ ହାଜର ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତ ଶ୍ୱଶୁରଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ ଅଂଚଳର ଅଭିଯୁକ୍ତ ପଂଚୁ ରେଳ ସୁରକ୍ଷା ବଳ (ଆରପିଏଫ)ର ଜଣେ ଅବସରପ୍ରାପ୍ତ ସବଇନ୍ସପେକ୍ଟର ବୋଲି ଜଣାପଡିଛି ।
ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ଅଭିଯୋଗକାରିଣୀ ୨୦୦୩ ରେ ସାତଶଙ୍ଖ ଅଂଚଳର ଜଣେ ରେଳ କର୍ମଚାରୀଙ୍କୁ ବିବାହ କରିଥିଲେ । ବିବାହ ପରେ ଅଧିକ ଯୌତୁକ ଦାବି କରି ଶାଶୂଘର ଲୋକେ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଏଥିପାଇଁ ଅନେକ ସମୟରେ ପରିବାରରେ ଅଶାନ୍ତି ଲାଗି ରହୁଥିଲା । ପରେ ମହିଳାଙ୍କ ସ୍ୱାମୀ ତାଙ୍କୁ ଗାଁରେ ଛାଡି ଭୁବନେଶ୍ୱର ପଳାଇଥିଲେ । ୮ ବର୍ଷ ହେଲା ସ୍ୱାମୀ ଘରକୁ ଆସୁନଥିବା ବେଳେ ମହିଳା ଜଣକ ନିଜର ୧୨ ବର୍ଷିୟ ପୁଅର ଭବିଷ୍ୟତକୁ ଦୃଷ୍ଟିରେ ରଖି ଶ୍ୱଶୁର ଘରେ ପଡି ରହିଥିଲେ । ଏହାର ସୁଯୋଗ ନେଇ କାମୁକ ଶ୍ୱଶୁର ବୋହୂକୁ ଯୌନ ନିର୍ଯାତନା ଦେଇ ଆସୁଥିଲେ । ଶେଷରେ ଶ୍ୱଶୁରଙ୍କ ନିର୍ଯାତନାରେ ଅତିଷ୍ଠ ମହିଳା ଏନେଇ ପିପିଲି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୀଡ଼ିତା ବୋହୂଙ୍କ ଲିଖିତ ଅଭିଯୋଗ ଏବଂ ଯୌନ ଉତ୍ପୀଡ଼ନର ଭିଡ଼ିଓ ଫୁଟେଜ୍ ଆଧାରରେ ପୋଲିସ ଅଭିଯୁକ୍ତ ଶ୍ୱଶୁରଙ୍କୁ ଗିରଫ କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା