ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକକୁ ହତ୍ୟା
ଧର୍ମଶାଳା,୧୨ଜୁଲାଇ – ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକକୁ ନିର୍ମମ ହତ୍ୟା ଅଭିଯୋଗ । ଏଭଳି ଅଭିଯୋଗ ହୋଇଛି ଯାଜପୁର ଜିଲା ବରୀ-ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅନ୍ୟାସପୁର ଗ୍ରାମରେ । କେନ୍ଦ୍ରାପଡା ଜିଲା ନିକିରେଇ ଅଧିନସ୍ଥ ଇନ୍ଦୁପୁର ଅଂଚଳର ଗୋଲଖ ସେଠୀଙ୍କ ପୁଅ ସନ୍ତୋଷ ୧୧ ତାରିଖ ରାତି ୧ଟା ସମୟରେ ବାଇକ୍ ଯୋଗେ ଅନ୍ୟାସପୁର ଦେଇ ଘରକୁ ଫେରୁଥିଲେ ।
ତେବେ ପୂର୍ବ ଶତ୍ରୃତାକୁ ନେଇ ଅନ୍ୟାସପୁର ଗ୍ରାମର ସୁରେନ୍ଦ୍ର ସେଠୀଙ୍କ ସମେତ ଏହି ଗ୍ରାମର କିଛି ଲୋକେ ମିଶି ସନ୍ତୋଷକୁ ଲୁହା ରଡରେ ମାଡ ମରି ଲହୁଲୁହାଣ କରି ବ୍ରାହ୍ମଣୀ ନଦୀ ବନ୍ଧ ତଳକୁ ଫିଙ୍ଗି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ସମୟରେ ବାଟରେ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିବା ବେଳେ ମୃତ ସନ୍ତୋଷର ପିତା ବରୀ-ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗ ପାଇ ଥାନାରେ ୧୭୧ା୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏବଂ ମୃତ ଦେହକୁ ଜବତ କରି ଶବବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡ ପ୍ରେମ ଜନିତ କାରଣରୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଆଜି ସକାଳୁ ସୁରେନ୍ଦ୍ର ସେଠୀ ଏବଂ ସ୍ତ୍ରୀ ଜଞ୍ଜାଳି,ପୁଅ ଘୁଙ୍ଗା ଓ ପଡୋଶୀ ଟୁନା ଜେନାଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ନେଇ ଥାନା ଅଧିକାରୀ ଚକ୍ରଧର କଅଁର ପ୍ରକାଶ କରିଛନ୍ତି ।