Connect with us

ଓଡିଶା

ପୂର୍ବତନ ଆଇଆଇସିଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ

ସାଙ୍କେତିକ

ଲାଂଚ ନେବା ମାମଲା
ପୂର୍ବତନ ଆଇଆଇସିଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ
ଜୟପୁର, ୨୩ ଅକ୍ଟୋବର – ଜୟପୁର ଭିଜିଲାନ୍ସ କୋର୍ଟର ଜଜ୍ ଶ୍ରୀକାନ୍ତ ମିଶ୍ର ଆଜି ଏକ ଲାଂଚ ଗ୍ରହଣ ସଂକ୍ରାନ୍ତୀୟ ମାମଲାର ବିଚାର କରି ଚୂଡ଼ାନ୍ତ ରାୟ ପ୍ରଦାନ ପୂର୍ବକ ଅଭିଯୁକ୍ତ ତକ୍ରାଳୀନ ଥାନା ଅଧିକାରି ନିଳକଣ୍ଠ ମହାପାତ୍ରଙ୍କୁ ୫ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିବା ସହ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି । ବର୍ତମାନ ଶ୍ରୀ ମହାପାତ୍ର ମୟୁରଭଞ୍ଜ ଆଇସିଏଡବ୍ଲୁ ବିଭାଗରେ ଇନସପେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି । ସେ କଟକ ଜିଲା ତୁଳସିପୁର ମଠ କଲୋନିରେ ରହୁଛନ୍ତି ।
ମାମଲାର ବିବରଣିରୁ ପ୍ରକାଶ ଯେ, ବିଷମ କଟକର ଆଇଆଇସି ଭାବେ ନଳିନୀକଣ୍ଠ ମହାପାତ୍ର ଦାୟିତ୍ୱରେ ଥିବାବେଳେ ଉକ୍ତ ଅଂଚଳର ରାଧାକାନ୍ତ ଦାଶଙ୍କ ଠାରୁ ଜମି ଜମା ବିବାଦର ସମାଧାନ କରିଦେବି ବୋଲି କହି ୧୦ ହଜାର ଟଙ୍କା ଲାଂଚ ମାଗିଥିଲେ । ନଦେଲେ ମଧ୍ୟ ମାମଲାରେ ଫସାଇ ଜେଲ୍ ପଠାଇବାକୁ ଧମକ ଦେଇଥିଲେ । ପୋଲିସ ଅଧିକାରି ଜଣକ ରାଧାକାନ୍ତଙ୍କୁ ନିସ୍ତୁକ ମାଡ ମାରିବା ସହ ତାଙ୍କ ମୋବାଇଲ୍ ର ସିମ କାର୍ଡ଼କୁ ମଧ୍ୟ ଛଡାଇ ନେଇଥିଲେ । ଏନେଇ ରାଧାକାନ୍ତ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ୩୦.୯.୨୦୧୦ ଲାଂଚ ନେବା ବେଳେ ଭିଜିଲାନ୍ସ ଅଧିକାରୀ ମାନଙ୍କୁ ଦେଖି ପୋଲିସ ଅଧିକାରି ଜଣକ ଦୈାଡି ଥିଲେ । କିନ୍ତୁ ଅଧିକାରୀମାନେ ସମ୍ପୃକ୍ତ ପୋଲିସ ଅଧିକାରିଙ୍କୁ ଧରିବାରେ ସଫଳ ହୋଇଥିଲେ । ସେହି ଦିନ ଠାରୁ ଜୟପୁର ଭିଜିଲାନ୍ସ କୋର୍ଟ ରେ ମାମଲାର ଶୁଣାଣି ଚାଲିଥିବା ବେଳେ ଆଜି ରାୟ ପ୍ରକାଶ ପାଇଛି । କୋର୍ଟ ଅଭିଯୁକ୍ତ ମହାପାତ୍ରକୁ ୫ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଆର୍ଥିକ ଜୋରିମାନାରେ ଦଣ୍ଡିତ କରିଛନ୍ତି । ଅର୍ଥ ଅନାଦୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ହେବ ବୋଲି କୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି । ମାମଲାକୁ ସରକାରୀ ଓକିଲ ଏମ. ବାଲାଜି ରାଓ ପରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା