Connect with us

ଓଡିଶା

ପୁରୀରେ ଟୋଲ ଫି ଆଦାୟକୁ ନେଇ ଯାତ୍ରୀଙ୍କ ଅସନ୍ତୋଷ

ସାଙ୍କେତିକ

ପୁରୀରେ ଟୋଲ ଫି ଆଦାୟକୁ ନେଇ ଯାତ୍ରୀଙ୍କ ଅସନ୍ତୋଷ
ଭୁବନେଶ୍ୱର, ୪ ଜୁଲାଇ,- ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ଯାଉଥିବା ଭକ୍ତମାନଙ୍କ ଠାରୁ ଜାତୀୟ ରାଜପଥରେ ଥିବା ଟୋଲଗେଟରେ ଟୋଲ ଫି ଆଦାୟ ନ କରିବା ପାଇଁ ସମନ୍ୱୟ ବୈଠକରେ ନିଷ୍ପତି ହୋଇଥିଲା । ତେବେ ଏହି ନିଷ୍ପତି ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ଜଣାଇ ଦିଆଯାଇନଥିବାରୁ ଟୋଲ ଫିର କର୍ମଚାରୀମାନେ ଟୋଲ ଆଦାୟ କରିଥିଲେ । ଓଡ଼ିଶା ବାହାରୁ ଆସୁଥିବା ଯାତ୍ରୀ ଏବଂ କର୍ମଚାରୀ ମଧ୍ୟରେ ଏଥିନେଇ ବଚସା ହେବାର ଦେଖାଯାଇଥିଲା । ବହୁ ସମୟ ଧରି ଯାନ ବାହାନ ଅଟକି ରହିଥିଲା । ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମ୍ନାଭ ବେହେରାଙ୍କୁ ଏ ସମ୍ପର୍କରେ ପଚାରିବାରେ ସେ କହିଛନ୍ତି ଯେ, କେଉଁ କାରଣ ପାଇଁ ସମନ୍ୱୟ କମିଟି ବୈଠକର ନିଷ୍ପତିକୁ ଏନ.ଏଚ କର୍ତୃପକ୍ଷ ମାନଙ୍କୁ ଦିଆଯାଇପାରିଲା ନାହିଁ ତା ଉପରେ ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନାଯୋଗ୍ୟ ଯେ, ଏହି ବୈଠକରେ ଘୋଷଯାତ୍ରାଠାରୁ ବାହୁଡ଼ାଯାତ୍ରା ପର୍ଯ୍ୟନ୍ତ ଏହି ଟୋଲ ଆଦାୟ ନ ହେବା ପାଇଁ ନିଷ୍ପତି ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା