ପରମ୍ପରା ଆଗରେ ମୁଣ୍ଡ ନୂଆଁଇଲା ପ୍ରଶାସନ
ରକ୍ତରଞ୍ଜିତ ହେଲା ଶୁଳିଆ ପୀଠ
ବଲାଙ୍ଗିର,୮ା୧: ପ୍ରଶାସନର ସମସ୍ତ କଟକଣା ଓ ବାରଣ ସତ୍ୱେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ କୁଲୁତାପଡ଼ା ପଂଚାୟତର ଖଇରଗୁରା ଏବଂ କୁମୁରିଆ ଗାଁର ଆଦିବାସୀ ସମ୍ପ୍ରଦାୟର ଲୋକେ ପାରମ୍ପାରିକ ରୀତିନୀତି ମୁତାବକ ନିଜର ଆରାଧ୍ୟ ଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହ ଶତାଧିକ ପଶୁ ବଳି ଦେଇଛନ୍ତି । ଏହି ସମୟରେ ସେଠାରେ ୪ ଜଣ ମାଜିଷ୍ଟ୍ରେଟ୍, ପୋଲିସ ଅଧିକାରୀ, ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ ଥିଲେ ସୁଦ୍ଧା ପରମ୍ପରା ଓ ଲୋକଙ୍କ ଅନ୍ଧବିଶ୍ୱାସ ଆଗରେ ସେମାନେ ମୁଣ୍ଡ ନୁଆଁଇଥିଲେ । ସୋମବାର ମଧ୍ୟରାତ୍ରରେ ଶୁଳିଆଗୁଡ଼ିରେ ନିଶି ପୂଜା ଶେଷ ହୋଇଥିବା ବେଳେ ଆଜି ଶୁଳିଆ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଆଦିବାସୀମାନେ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ଢ଼ୋଲ ନିଶାନର ତାଳେ ତାଳେ ଶୁଳିଆ ଖଳାକୁ ଅସିଥିଲେ । ଏହା ପରେ ପରମ୍ପରା ଅନୁସାରେ ସାନ ଖଳା ଓ ବଡ଼ ଖଳାରେ ଶହ ଶହ ସଂଖ୍ୟାରେ ପଶୁ ବଳି ଦିଆଯାଇଥିଲା । ଏହି ଯାତ୍ରାରେ ହଜାର ହଜାର ସଂଖ୍ୟାରେ ଆଦିବାସୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସେଠାରେ ଏସପି ଓ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଜଣେ ଡିଏସପି ଓ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଥିଲେ ।
ଓଡିଶା
ପରମ୍ପରା ଆଗରେ ମୁଣ୍ଡ ନୂଆଁଇଲା ପ୍ରଶାସନ
More in ଓଡିଶା
-
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨 ଭୁବନେଶ୍ୱର :- 22-12- ସ୍ଥାନୀୟ ବଡ଼ଗଡ଼ ଅଂଚଳରୁ ଦୁଇ...
-
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ ଭୁବନେଶ୍ୱର, ୧୬ ଫେବୃୟାରୀ – ବହୁଚର୍ଚ୍ଚିତ କଳ୍ପନା...
-
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ ଭୁବନେଶ୍ୱର, ୧୬ ଫେବୃୟାରୀ – ଯୁବତୀଙ୍କୁ କମେଂଟ...
-
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ ଭୁବନେଶ୍ୱର, ୧୦ ଫେବୃଆରୀ – ବ୍ରହ୍ମପୁରରେ ଗତକାଲି ବସ୍ ରେ...