Connect with us

ଓଡିଶା

ନିର୍ବାଚନୀ ଅନିୟମିତତା ଅଭିଯୋଗ :୨ ବିଧାୟକ ନାଁରେ ମାମଲା ଦାୟର

ସାଙ୍କେତିକ

ନିର୍ବାଚନୀ ଅନିୟମିତତା ଅଭିଯୋଗ :୨ ବିଧାୟକ ନାଁରେ ମାମଲା ଦାୟର
ଭୁବନେଶ୍ୱର,୦୮ ଜୁଲାଇ – ନିର୍ବାଚନୀ ଅନିୟମିତତା ନେଇ ପୁଣି ପୁଣି ୨ ବିଧାୟକଙ୍କ ନାଁରେ ମାମଲା ଦାୟର ହୋଇଛି । ରାଉରକେଲା ବିଧାୟକ ସାରଦା ନାୟକ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାଁରେ ଏହି ମାମଲା ହୋଇଛି । ଅଫିସ୍ ଅଫ୍ ପ୍ରଫିଟ୍ ଓ ମିଥ୍ୟା ସତ୍ୟପାଠ ଅଭିଯୋଗରେ ସାରଦାଙ୍କ ନାଁରେ ପରାଜିତ ବିଜେପି ପ୍ରାର୍ଥୀ ନିହାର ରାୟ ମାମଲା ଦାୟର କରିଛନ୍ତି । ନିର୍ବାଚନ ଅସିଦ୍ଧ ସହ ନିହାରଙ୍କୁ ବିଜୟୀ ଘୋଷଣା ଲାଗି ସେ ଆବେଦନ କରିଛନ୍ତି ।
ସେହିପରି ସାନଖେମୁଣ୍ଡି ବିଧାୟକ ରମେଶ ଜେନା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ଅଭିଯୋଗ ଆଣି ନନ୍ଦିନୀ ଦେବୀ ମାମଲା କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ ସେମାନଙ୍କ ଅପରାଧିକ ପୃଷ୍ଠଭୂମି ସମ୍ପର୍କରେ ୩ ଥର ଗଣମାଧ୍ୟମରେ ଜଣାଇବା ନିର୍ଦ୍ଦେଶ ଥିଲା । ମାତ୍ର ରମେଶ ଗଣମାଧ୍ୟମରେ ଅପରାଧିକ ପୃଷ୍ଠଭୂମି ଜଣାଇନଥିବା ଅଭିଯୋଗ କରି ନିବାଚନକୁ ଅସିଦ୍ଧ ଘୋଷଣା କରିବାକୁ ଆବେଦନ ହୋଇଛି ।
ରାଉରକେଲାରେ ବିଜେଡିର ସାରଦା ନାୟକ ବିଜେପିର ନିହାର ରାୟଙ୍କ ଠାରୁ ୧୦,୪୬୦ ଭୋଟରେ ବିଜୟୀ ହୋଇଥିବା ବେଳେ ସାନଖେମୁଣ୍ଡିରୁ କଂଗ୍ରେସର ରମେଶ ଜେନା ବିଜେଡିର ନନ୍ଦିନୀ ଦେବୀଙ୍କୁ ୨୩, ୫୩୧ ଭୋଟ୍ ରେ ପରାସ୍ତ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା