
ତଣ୍ଡୁଥିବା ଅଧିକାରୀ ନିଜେ ଖିଲାପୀ
ଗଂଜାମ, ୯ ସେପ୍ଟେମ୍ବର – ରକ୍ଷକ ଯଦି ଭକ୍ଷକ ହୁଏ ଅଥବବା ତଣ୍ଡୁଥିବା ଅଧିକାରୀ ନିଜେ ଯଦି ଖିଲାପକାରୀ ହୁଏ ସେମାନଙ୍କୁ ଦଣ୍ଡ ଦେବ କିଏ ? ଏ ଘଟଣାରେ ଗଂଜାମ ଜିଲ୍ଲାରେ ଗତକାଳି ସନ୍ଧ୍ୟାରେ ସୋସିଆଲ ମିଡିଆରେ ଭାଇରାଲା ହେବାରେ ଲାଗିଛି । ଗତକାଲି ଗଂଜାମ ଜିଲ୍ଲାର ଅତିରିକ୍ତ ପରିବହନ ଅଧିକାରୀ ଶାନ୍ତନୁ ପରିଡ଼ା ବିଭିନ୍ନ ଗାଡ଼ି ଗୁଡ଼ିକୁ ତନଖି କରି ଜୋରିମାନା ଆଦାୟ କରି ଛତ୍ରପୁର ଫେରିବା ବେଳେ କାରରେ ସେ କିମ୍ବା ତାଙ୍କ ଡ୍ରାଇଭର ସିଟ ବେଲ୍ଟ ବାନ୍ଧିନଥିବାରୁ ଛତ୍ରପୁର ନିକଟସ୍ଥ ଏନ.ଏଚ ୧୬ରେ ଲୋକେ ଘେରିଯାଇ ଏ ସମ୍ପର୍କରେ ତାଙ୍କୁ ପ୍ରଶ୍ନ କରି ଅପଦସ୍ତ କରିଥିଲେ । ଏଠି ପ୍ରଶ୍ନ ଉଠେ ଏହି ଅଧିକାରୀଙ୍କ ପ୍ରତି ଦଣ୍ଡ ବିଧାନ କରିବ କିଏ ?
